ଚାଷୀଙ୍କ ଆନ୍ଦୋଳନକୁ ସମର୍ଥନ କରି କବିତା ସେୟାର କଲେ ବଲିଉଡ ଅଭିନେତ୍ରୀ ସୋନାକ୍ଷୀ ସିହ୍ନା । ସୋସିଆଲ ମିଡିଆରେ ଭିଡିଓ ହେଉଛି ଭାଇରାଲ

110

କନକ ବ୍ୟୁରୋ : ୭୭ ଦିନ ଧରି ଦେଶରେ ଚାଲିଥିବା କୃଷକ ଆନ୍ଦୋଳନକୁ ଦେଶ ବିଦେଶରୁ ସମର୍ଥନର ସୁଅ ଛୁଟିବାରେ ଲାଗିଛି । କେତେବେଳେ ଖେଳାଳୀ, ରାଜନେତା ଓ କଳାକାର ମାନଙ୍କର ସମର୍ଥନ ଆନ୍ଦୋଳନକୁ ମିଳୁଥିବା ବେଳେ କେତେବେଳେ ବିଦେଶୀ କଳାକାର ଓ ଅନ୍ୟ ବୃତ୍ତିରେ ଥିବା ଲୋକମାନେ ସେମାନଙ୍କର ସମର୍ଥନ ଜଣାଇ ଟ୍ୱିଟ୍ କରୁଛନ୍ତି । ହେଲେ ବଲିଉଡର ଚର୍ଚ୍ଚିତ ନାୟିକା ସୋନାକ୍ଷୀ ସିହ୍ନା ଏକ ନୂଆ ତରିକାରେ କୃଷକ ଆନ୍ଦୋଳନକୁ ସମର୍ଥନ ଜଣାଇଛନ୍ତି ।

 

View this post on Instagram

 

A post shared by Sonakshi Sinha (@aslisona)


ବଲିଉଡର ଏଭର ଗ୍ରୀନ ହିରୋଇନ୍ ସୋନାକ୍ଷୀ ସିହ୍ନା ସବୁବେଳେ ସୋସିଆଲ ମିଡିଆରେ ଖୁବ୍ ଆକ୍ଟିଭ୍ ଥାଆନ୍ତି । ତାଙ୍କର ବିଭିନ୍ନ ପୋଷ୍ଟ ବି ଲୋକମାନଙ୍କୁ ବେସ୍ ପସନ୍ଦ ଆସିଥାଏ । ହେଲେ କିଛିଦିନ ହେବ ଟ୍ୱିଟରକୁ ଅଲବିଦା କହିଥିବା ସୋନାକ୍ଷୀ ଏବେ ଇନଷ୍ଟାଗ୍ରାମରେ ବେସ୍ ଆକ୍ଟିଭ୍ ରହିଛନ୍ତି । ନିକଟରେ କୃଷକ ଆନ୍ଦୋଳନକୁ ସମର୍ଥନ କରି ସୋନାକ୍ଷୀ ସେୟାର କରିଥିବା ଏକ ଭିଡିଓ ଖୁବ୍ ଭାଇରାଲ ହେବାରେ ଲାଗିଛି । ନୂତନ କୃଷି ଆଇନକୁ ବିରୋଧ କରି ଆନ୍ଦୋଳନରେ ବସିଥିବା କୃଷକ ମାନଙ୍କ ଉଦ୍ଦେଶ୍ୟରେ ସେ ଏହି କବିତା ସେୟାର କରିଛନ୍ତି । ଯେଉଁ ଭିଡିଓରେ ଆନ୍ଦୋଳନରତ କୃଷକ ମାନେ ନଜର ଆସୁଥିବା ବେଳେ ବ୍ୟାକଗ୍ରାଉଣ୍ଡରେ ଶୁଭୁଛି ସୋନାକ୍ଷୀଙ୍କ କବିତା । କବିତାର ଶୀର୍ଷକ ରହିଛି ‘ନଜର ମିଲାକେ ଖୁଦ ସେ ପୁଛୋ- କ୍ୟୁଁ’ । ଏହି କବିତାକୁ ପୋଷ୍ଟ କରି ସେ ଲେଖିଛନ୍ତି କି ଏହି କବିତା ସେହିମାନଙ୍କୁ ଉତ୍ସର୍ଗିକୃତ ଯେଉଁମାନେ ସାରା ଦେଶକୁ ଆହାର ଯୋଗାଉଛନ୍ତି । ସୋନାକ୍ଷୀଙ୍କ ଏଭଳି ଭାବେ କୃଷକଙ୍କୁ ସମର୍ଥନ କରିବା ନେଇ ତାଙ୍କୁ ବିଭିନ୍ନ ମହଲରୁ ପ୍ରଶଂସା କରାଯାଇଛି ।