କାହାଘରର ବୋହୂ ହେବେ ସୋନାକ୍ଷୀ ସିହ୍ନା? ବି-ଟାଉନରେ ଏବେ ଚର୍ଚ୍ଚା ।

370

କନକ ବ୍ୟୁରୋ: ବଲିଉଡରେ ଏବେ ବିବାହ ଋତୁ । ନିକଟରେ ରାଜକୁମାର ରାଓ ଓ ପତ୍ରଲେଖାଙ୍କ ବିବାହ ପରେ ଏବେ କ୍ୟାଟ୍ରିନା ଓ ଭିକ୍କି କୌଶଲଙ୍କ ବିବାହ ହେବାକୁ ଯାଉଛି । ଏହା ପରେ ଆଉ ଏକ ବିବାହ ଖବର ଆସିବା ପରେ ୟାରି ଉପରେ ଏବେ ସମସ୍ତଙ୍କ ଆଖି । ସେ ହେଉଛନ୍ତି ଦବଙ୍ଗ ଗାର୍ଲ ସୋନାକ୍ଷୀ ସିହ୍ନା । ଆଗକୁ ହାତକୁ ଦିହାତ ହେବାକୁ ଯାଉଛନ୍ତି ସୋନାକ୍ଷୀ । ହେଲେ କାହା ଘରର ବୋହୂ ହେବେ ତାକୁ ନେଇ ଚର୍ଚ୍ଚା ।

କୁୁହାଯାଉଛି ବଲିଉଡର ଭାଇଜାନ୍ ସଲମାନ ଖାନଙ୍କ ଘରର ବୋହୂ ହେବାକୁ ଯାଉଛନ୍ତି ସୋନାକ୍ଷୀ । ମିଡିଆ ରିପୋର୍ଟ ଅନୁସାରେ ସୋନାକ୍ଷୀ , ସଲମାନଙ୍କ ସମର୍କୀୟ ତଥା ସେଲେବ୍ରିଟି ମ୍ୟାନେଜର ବଣ୍ଟି ସାଜଦେହଙ୍କୁ ସେ କରିବେ ବିବାହ। ଦୁହେଁ ପରସ୍ପର ଦୀର୍ଘ ଦିନ ଧରି ଡେଟ୍‌ କରୁଛନ୍ତି। ଏବେ ଉଭୟଙ୍କ ଏହି ଡେଟିଂ ବିବାହରେ ପରିଣତ ହେବାକୁ ଯାଉଛି ବୋଲି ବି ଟାଉନରେ ଚର୍ଚ୍ଚା ହେଉଛି ।

୨୦୧୨ ଠାରୁ ଦୀର୍ଘ ବର୍ଷ ଧରି ବଣ୍ଟି ସାଜଦେହ ସହିତ ଡେଟିଂ କରୁଛନ୍ତି ସୋନାକ୍ଷୀ। ତଥାପି, ଦୁହେଁ ଏ ବିଷୟରେ ଖୋଲାଖୋଲି ଭାବେ ମିଡିଆ ସାମ୍ନାରେ କେବେ ଖୁଲାସା କରିନାହାନ୍ତି। ହେଲେ ଉଭୟେ ଅନେକ ସେଲେବ୍ରିଟି ପାର୍ଟିରେ ଏକାଠି କ୍ୟାମେରା ଆଗରେ କଏଦ୍‌ ହୋଇଇଛନ୍ତି। ସୋନାକ୍ଷୀ ସିହ୍ନାଙ୍କ ପରିବାର ସଦସ୍ୟ ବଣ୍ଟିଙ୍କୁ ବେଶ୍‌ ପସନ୍ଦ କରନ୍ତି ବୋଲି ମିଡିଆ ରିପୋର୍ଟରେ ଦାବି କରାଯାଇଛି। ବଣ୍ଟି ସାଜଦେହ ହେଉଛନ୍ତି ସଲମାନଙ୍କ ଘନିଷ୍ଟ ସମ୍ପର୍କୀୟ। ସେ ତାଙ୍କ ଭାଇ ସୋହେଲ ଖାନ୍‌ଙ୍କ ଶାଳକ। ସୋହେଲଙ୍କ ପତ୍ନୀ ସୀମା ଖାନ୍‌ଙ୍କ ନିଜ ଭାଇ ହେଉଛନ୍ତି ବଣ୍ଟି।୨୦୧୦ ମସିହାରେ ସୋନାକ୍ଷୀ ସଲମାନ ଖାନଙ୍କ ଫିଲ୍ମ ‘ଦବାଙ୍ଗ’ରୁ ବଲିଉଡରେ ଡେବ୍ୟୁ କରିଥିଲେ। ଏହାପରେ ୨୦୧୬ରେ ବଣ୍ଟି ଏବଂ ସୋନାକ୍ଷୀଙ୍କ ବିବାହ ଖବର ସାମ୍ନାକୁ ଆସିଥିଲା। ପରେ ସେମାନଙ୍କ ବ୍ରେକଅପ୍ ହୋଇଯାଇଥିବା ନେଇ ଖବର ମଧ୍ୟ ସାମ୍ନାକୁ ଆସିଥିଲା।ବଣ୍ଟି ପୂର୍ବରୁ ବିବାହ କରିସାରିଛନ୍ତି। ସେ ୨୦୦୯ରେ ଅମ୍ବିକା ଚୌହାନଙ୍କୁ ବିବାହ କରିଥିଲେ। କିନ୍ତୁ ବିବାହର ୪ ବର୍ଷ ପରେ ଦୁହେଁ ଅଲଗା ହୋଇଯାଇଥିଲେ, ତାଙ୍କର ଛାଡପତ୍ର ହୋଇଥିଲା। ସେ ପିଆର୍‌ ଏଜେନ୍ସି ‘କର୍ଣ୍ଣର ଷ୍ଟୋନ୍‌’ର ମାଲିକ ଅଟନ୍ତି।

ବଲିଉଡରେ ଆରମ୍ଭ ହୋଇଥିବା ବିବାହ ଋତୁର ଲିଷ୍ଟରେ ଏତିକି ନୁହେଁ ରଣବୀର ଓ ଆଲିଆ ଭଟ୍ଟଙ୍କ ନାଁ ମଧ୍ୟ ରହିଛି । ତାରା ସୂତାରିଆ ଓ ଅରମାନ ଜୈନ୍‌ ମଧ୍ୟ ଖୁବ୍‌ଶୀଘ୍ର କରିପାରନ୍ତି ବିବାହ ମଧ୍ୟ ବିବାହ ବନ୍ଧନରେ ବାନ୍ଧିହେବେ ।