ବିବାହକୁ ନେଇ ବିବାଦରେ ସୋନାକ୍ଷୀ । ସମ୍ପତ୍ତିରୁ ବେଦଖଲ କଲେ ବାପା ଶତ୍ରୁଘ୍ନ ସିହ୍ନା

6,124

କନକ ବ୍ୟୁରୋ: କର୍ମ ବୟସରୁ ବଲିଉଡରେ ଅଭିନୟ ମାଧ୍ୟମରେ ନିଜର ସ୍ଥାନ ଜମାଇ ପାରିଥିବା ସୋନାକ୍ଷୀ ସିହ୍ନା ଏବେ ଚିନ୍ତାରେ । କାରଣ ତାଙ୍କର ବିବାହକୁ ନେଇ ନିଜ ପରିବାର ସହ ତାଙ୍କର ମନୋମାଳିନ୍ୟ ହୋଇଥିବା ଚର୍ଚ୍ଚା ହେଉଛି । ସୋନାକ୍ଷୀଙ୍କ ବାପା ତଥା ବଲିଉଡ ଜଗତର ଧୁରୀଣ ଅଭିନେତା ଶତ୍ରୁଘ୍ନ ସିହ୍ନା ଏକ ବୟାନରେ କହିଛନ୍ତି ଯେ, ତାଙ୍କର ବହୁ କୋଟି ସମ୍ପତ୍ତିରୁ ସୋନାକ୍ଷୀଙ୍କୁ କୌଣସି ଭାଗ ମିଳିବ ନାହିଁ । ତାଙ୍କୁ ସମ୍ପତ୍ତିରୁ ବେଦଖଲ କରିବାକୁ ନିଷ୍ପତ୍ତି ନେଇଛନ୍ତି ଶତ୍ରୁଘ୍ନ ସିହ୍ନା ।

ଶତ୍ରୁଘ୍ନ ସିହ୍ନାଙ୍କ ଏପରି କଠୋର ନିଷ୍ପତ୍ତି ପଛର କାରଣ ହେଉଛି ସୋନାକ୍ଷୀଙ୍କ ବିବାହ । କାରଣ ଝିଅ ସୋନାକ୍ଷୀ ଜଣେ ମୁସଲମାନ୍ ପୁଅକୁ ବିବାହ କରିବାକୁ ଚାହୁଁଛନ୍ତି । କିଛି ଦିନ ହେବ ସୋନାକ୍ଷୀଙ୍କ ବିବାହକୁ ନେଇ ବଲିଉଡରେ ଖୁବ ଆଲୋଚନା ହେଉଛି । କିନ୍ତୁ ଏ ସମ୍ପର୍କରେ ସୋନାକ୍ଷୀ ଔପଚାରିକ ଭାବେ କିଛି କହିନାହାଁନ୍ତି । ହେଲେ ଏହାକୁ ନେଇ ତା୍କ ପରିବାର ମଧ୍ୟରେ ମନାନ୍ତର ଦେଖିବାକୁ ମିଳିଛି । ଏକ ସାକ୍ଷାତକାରରେ ଯୋଗ ଦେବାକୁ ଯାଇ ଶତ୍ରୁଘ୍ନ୍ନ ସିହ୍ନା କହିଛନ୍ତି ଯେ, ବଲିିଉଡରେ ଅଭିନୟ ମାଧ୍ୟମରେ ସେନାକ୍ଷୀ ଉଭୟ ଅର୍ଥ ଓ ପ୍ରସିଦ୍ଧି ପାଇଛନ୍ତି । ତେଣୁ ତାଙ୍କ ପାଖରେ ଆଉ କିଛି ଅଭାବ ନାହିଁ । ହେଲେ ତାଙ୍କୁ ବାପାଙ୍କ ପୈତୃକ ସମ୍ପତ୍ତିରୁ କିଛି ଭାଗ ମିଳିବ ନାହିଁ । ଅନ୍ୟପଟେ ଏହି ସମ୍ପତ୍ତିିର ମାଲିକ ତାଙ୍କର ଦୁଇ ପୁଅ ଲବ ଓ କୁଶ ହେବେ ବୋଲି ଶତ୍ରୁଘ୍ନ କହିଛନ୍ତି ।

ଶତ୍ରୁଘ୍ନଙ୍କର ଏହି ବୟାନ ଶୁଣିବା ପରେ ସୋନାକ୍ଷୀଙ୍କ ପ୍ରଶଂସକ ଆଶ୍ଚର୍ଯ୍ୟ ହୋଇଛନ୍ତି । ସୋନାକ୍ଷୀ ଆଗାମୀ ଦିନରେ ଫିଲ୍ମ ‘ ଶିଭମ୍’ରେ ନଜର ଆସିବେ । ଏହାକୁ ନେଇ ତାଙ୍କ ପ୍ରଶଂସକଙ୍କ ମଧ୍ୟରେ ଉତ୍ସାହ ଥିବାବେଳେ ତାଙ୍କ ବାପା ଶତ୍ରୁଘ୍ନଙ୍କ ବୟାନ ଏବେ ଚର୍ଚ୍ଚାରେ ରହିଛି ।