‘କୌନ ବନେଗା କରୋଡପତି’ ରେ ରାମାୟଣର ଏକ ସରଳ ପ୍ରଶ୍ନର ଉତ୍ତର ନ ଦେଇ ପାରି ଟ୍ରୋଲର ଶିକାର ହେଲେ ଅଭିନେତ୍ରୀ ସୋନାକ୍ଷୀ ସିହ୍ନା ! ଟ୍ୱିଟରରେ ଟ୍ରେଣ୍ଡ୍ ହେଲା #YoSonakshiSoDumb

Advertisment
‘କୌନ ବନେଗା କରୋଡପତି’ ରେ ରାମାୟଣର ଏକ ସରଳ ପ୍ରଶ୍ନର ଉତ୍ତର ନ ଦେଇ ପାରି ଟ୍ରୋଲର ଶିକାର ହେଲେ ଅଭିନେତ୍ରୀ ସୋନାକ୍ଷୀ ସିହ୍ନା ! ଟ୍ୱିଟରରେ ଟ୍ରେଣ୍ଡ୍ ହେଲା #YoSonakshiSoDumb

ଅମିତାଭ ବଚ୍ଚନ ହୋଷ୍ଟିଂ କରୁଥିବା ଦେଶର ବଡ଼ ରିୟଲିଟି ସୋ’ ‘କୌନ ବନେଗା କରୋଡପତି’ରେ ଏକ ଭୁଲ୍ ଉତ୍ତର ଦେଇ ଟୁଇଟରରେ ଟ୍ରେଣ୍ଡ୍ ହୋଇଛନ୍ତି ବଲିଉଡ୍ ଅଭିନେତ୍ରୀ ସୋନାକ୍ଷୀ ସିହ୍ନା। ପ୍ରଶ୍ନଟି ଅତ୍ୟନ୍ତ ସାଧାରଣ ହୋଇଥିବା ବେଳେ ତାହାର ଉତ୍ତର ଦେବା ବେଳେ ସୋନାକ୍ଷୀ ଦ୍ୱନ୍ଦ୍ୱ ପଡ଼ିବା କଥାକୁ ନେଇ ଥଟ୍ଟା କରିଛନ୍ତି ଦର୍ଶକମାନେ। ପ୍ରଶ୍ନଟି ଥିଲା, ‘ରାମାୟଣରେ ହନୁମାନ ସଂଜୀବନୀ କାହା ପାଇଁ ନେଇ ଆସିଥିଲେ ?’ ସୁଗ୍ରୀବ, ସୀତା ଲକ୍ଷ୍ମଣ ନା ରାମ ?

ଏପରି ଏକ ସାଧାରଣ ପ୍ରଶ୍ନର ଉତ୍ତର ଦେବା ପାଇଁ ସୋନାକ୍ଷୀ ଅନେକ ଥର ଭାବିଥିଲେ। ଭାବିବା ପରେ ପ୍ରଥମେ ସୀତା ବୋଲି କହିଥିଲେ ଓ ଶେଷର ଉତ୍ତର ରଖିଥିଲେ ରାମ। ସୋନାକ୍ଷୀଙ୍କର ଏପରି ଏକ ଉତ୍ତରରେ ତାଙ୍କୁ ସୋସିଆଲ୍ ମିଡିଆରେ ସମାଲୋଚନା କରାଯାଇଛି । #YoSonakshiSoDumb ବୋଲି ଏବେ ଟ୍ରେଣ୍ଡ୍ ହେବାରେ ଲାଗିଛି। କେବଳ ଏତିକି ନୁହଁ ମୋଷ୍ଟ୍ ଡମ୍ବ ଅଭିନେତ୍ରୀଙ୍କ ତାଲିକାରେ ଆଗୁଆ ଥିବା ଅଭିନେତ୍ରୀ ଆଲିଆ ଭଟ୍ଟଙ୍କୁ ପଛରେ ପକାଇ ପ୍ରଥମସ୍ଥାନ ସୋନାକ୍ଷୀ ଅକ୍ତିଆର କରିଥିବା କହୁଛନ୍ତି ଟ୍ରୋଲର୍ । କେହି କେହି ବାପା ଶତ୍ରୁଘ୍ନ ସିହ୍ନାଙ୍କ ନାକ କାଟିଦେବା କଥା କହୁଛନ୍ତି । ସବୁଠାରୁ କୌତୁହଳର କଥା ହେଉଛି ସୋନାକ୍ଷୀଙ୍କ ଘର ନାଁ ରାମାୟଣ, ତାଙ୍କ ଦୁଇ ଭାଇଙ୍କ ନାଁ ଲବ ଏବଂ କୁଶ,ତାଙ୍କ ପିତାଙ୍କ ନାଁ ଶତ୍ରୁଘ୍ନ ଏବଂ ତିନି ଦାଦାଙ୍କ ନାଁ ରାମ,ଲକ୍ଷ୍ମଣ ଏବଂ ଭରତ । ଏହାସତ୍ତେ୍ୱ ବି ସେ ଏଭଳି ଗୋଟିଏ ସରଳ ପ୍ରଶ୍ନର ଉତ୍ତର ଦେଇପାରିନଥିବାରୁ ଟ୍ରୋଲର୍ ଙ୍କ ଟ୍ରୋଲ୍ ର ଶିକାର ହୋଇଛନ୍ତିି । ତେବେ ଏନେଇ ସୋନାକ୍ଷୀ ମଧ୍ୟ ଉତ୍ତରରେ କହିଛନ୍ତି ମୋତେ ମିମ୍ ବହୁତ ଭଲ ଲାଗେ , ଆହୁରି ମିମ୍ ପ୍ରସ୍ତୁତ କର ଟ୍ରୋଲର୍ସ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe