କନକ ବ୍ୟୁରୋ: ବଲିଉଡର ଦୀବା ସୋନାକ୍ଷୀ ସିହ୍ନା ଏହା ଭିତରେ ନିର୍ବନ୍ଧ କରିନେଇଛନ୍ତି । ଆକ୍ଟ୍ରେସ୍ ନିଜ ଜୀବନର ଏହି ବଡ ଖବରକୁ ସୋସିଆଲ ମିଡିଆରେ ପୋଷ୍ଟ କରିଥିଲେ ବି ନିଜ ଜୀବନସାଥୀଙ୍କ ପରିଚୟ କିନ୍ତୁ ଲୁଚାଇଛନ୍ତି ।

Advertisment

 ସୋନାକ୍ଷୀ ନିଜ ଇନଷ୍ଟାଗ୍ରାମ ହ୍ୟାଣ୍ଡେଲରୁ ନିଜର ଭିନ୍ନ ଭିନ୍ନ ପୋଜର ୩ଟି ଫଟୋ ଅପଲୋଡ କରିବା ସହ ନିଜ ନିର୍ବନ୍ଧର ଖବର ଦେଇଛନ୍ତି । ଏଥିରୁ କୋଟିଏ ଫଟୋରେ ନିଜ ଏନଗେଜମେଣ୍ଟ ରିଙ୍ଗକୁ ଦେଖାଉଛନ୍ତି । ଏହି ଫଟୋରେ ତାଙ୍କ ହାତକୁ ତାଙ୍କ ଭାବି ସ୍ୱାମୀ ଥାମିଥିବାର ଦେଖାଯାଉଥିଲେ ବି ତାଙ୍କ ମୁହଁ କିନ୍ତୁ ଦେଖାଯାଉନାହିଁ । ହେଲେ ତାଙ୍କ ଭାବି ସ୍ୱାମୀ କିଏ ହେବେ ଏହା ଉପରୁ ଏଯାଏଁ ସସପେନ୍ସ ଉଠିନାହିଁ ।