ପ୍ରଥମ ପ୍ରେମ ବଖାଣିଲେ ସୋନାକ୍ଷୀ: କହିଲେ ‘ସବୁ ସମ୍ପର୍କରୁ କିଛି ନା କିଛି ଶିଖିଛି’

219

କନକ ବ୍ୟୁରୋ: ବଲିଉଡର ଅଭିନେତ୍ରୀ ସୋନାକ୍ଷୀ ସିହ୍ନା ତାଙ୍କ ପ୍ରେମ ଓ ବ୍ରେକଅପ୍ ବିଷୟରେ ଏକ ସୋରେ ବଖାଣିଛନ୍ତି । ତାଙ୍କର ପ୍ରଥମ ପ୍ରେମ ବେଶ ଗଭୀର ଥିଲା । ହେଲେ ତାହା ମାତ୍ର ୫ ବର୍ଷ ତିଷ୍ଠି ପାରିଥିଲା । ଏହା ମଧ୍ୟ କହିଥିଲେ ଯେ, ସ୍କୁଲରେ ପଢୁଥିବା ସମୟରେ ମଧ୍ୟ ସେ ପ୍ରେମରେ ପଡିଥିଲେ । ହେଲେ ସେତେବେଳେ ସେ ଏହି ସମ୍ପର୍କକୁ ଆଦୌ ବୁଝିପାରିନଥିଲେ । ତେଣୁ କିଛି ଦିନରେ ତାଙ୍କୁ ‘ଓକେ ବାୟ’ କହି ବିଦାୟ ଦେଇଥିଲେ ସୋନାକ୍ଷୀ । ହେଲେ ୨୧ ବର୍ଷ ବେଳକୁ ସେ ସତସତିକା ପ୍ରେମରେ ପଡିଲେ । ତେବେ ସବୁ ସମ୍ପର୍କରୁ କିଛି ନା କିଛି ଶିଖିବାର ଅଛି । ଆଉ ଯଦି କୌଣସି ସମ୍ପର୍କରେ କିଛି ଦ୍ୱନ୍ଦ୍ୱ ଦେଖାଯାଏ ତାହେଲେ ତାକୁ ନେଇ ଡିପ୍ରେସନ୍ ଆଡକୁ ନଯାଇ ବରଂ ବିଦାୟ ଦେଇ ଆଗକୁ ବଢିଯିବା ଉଚିତ ବୋଲି ମତ ଦେଇଥିଲେ । ପ୍ରତି ବ୍ୟକ୍ତିଙ୍କର ବ୍ୟକ୍ତିତ୍ୱ ଭିନ୍ନ ଭିନ୍ନ । ତେଣୁ ଜୀବନ ସାଥୀ ଭାବେ ଏପରି ଜଣେ ବ୍ୟକ୍ତିଙ୍କୁ ଚୟନ କରିବା କଥା ଯିଏ କିଛି ନକହିଲେ ବି ମନ କଥା ବୁଝିପାରୁଥିବେ ।ଆବଶ୍ୟକ ସ୍ଥଳେ ତୁମ ଭୁଲ ଭଟକାକୁ ସହି ସୁଧାରି ନେଇପାରୁଥିବେ ।

 

ଏହାପରେ ତାଙ୍କୁ ବିବାହ କଥା ପଚାରାଯାଇଥିଲା ।ହେଲେ ଏହାର ଅତି ହାଲକା ଭାବେ ଉତ୍ତର ଦେଇଥିଲେ ସୋନାକ୍ଷୀ । ବାପା, ମା’ ତାଙ୍କ ବିବାହ ପାଇଁ ପଚାରୁଛନ୍ତି । ହେଲେ ତାଙ୍କ ସହମତି ନମିଳିବା ଯାଏଁ ସେମାନେ ବିବାହ ପାଇଁ ବାଧ୍ୟ କରିବେ ନାହିଁ ବୋଲି କହିଛନ୍ତି ଶତୃଘ୍ନ ଓ ପୁନମ ସିହ୍ନାଙ୍କ ଗେହ୍ଲି ଝିଅ ସୋନାକ୍ଷୀ ସିହ୍ନା ।