ସିନେମା ଭାରତକୁ ନେଇ ସଲମାନଙ୍କ ପ୍ରିୟଙ୍କା ଚୋର୍ପାଙ୍କ ଉପରେ କରିଥିବା ଟିପ୍ପଣୀ ଉପରେ କଡା ସମାଲୋଚନା କଲେ ଗାୟିକା ସୋନା ମହାପାତ୍ର ! କହିଲେ ସଲମାନ ହେଉଛନ୍ତି ବିଷାକ୍ତ ପୌରଷତ୍ୱର ପରାମର୍ଶଦାତା

815

ନିଜ ବିବାଦୀୟ ବୟାନକୁ ନେଇ ସବୁବେଳେ ଚର୍ଚ୍ଚାରେ ରହିଆସିଥିବା ଗାୟିକା ସୋନା ମହାପାତ୍ର ପୁଣି ଥରେ ବିବାଦ ଘେରକୁ ଚାଲିଆସିଛନ୍ତି । ବଲିଉଡ୍ ସୁପରଷ୍ଟାର ସଲମାନ୍ ଖାନଙ୍କ ସହ ଟ୍ୱିଟରରେ ସୋନାଙ୍କ ବିବାଦ ଏବେ ଚର୍ଚ୍ଚାର ବିଷୟ ପାଲଟିଛି । ସଲମାନ୍ ଖାନଙ୍କ ସିନେମା “ଭାରତ୍” କୁ ଅଧାରୁ ଛାଡିଥିବା ଅଭିନେତ୍ରୀ ପ୍ରିୟଙ୍କା ଚୋପ୍ରାଙ୍କୁ ନେଇ ସଲମାନ୍ କରିଥିବା ଟିପ୍ପଣୀ ଉପରେ ମତ ରଖିଛନ୍ତି ଗାୟିକା ସୋନା ମହାପାତ୍ର । ଭାରତ୍ ସୁଟିଂ ସମୟରେ ପ୍ରିୟଙ୍କା ନିକ୍ ଜୋନସ୍ ଙ୍କ ସହ ବିବାହ କରିବା ନିମିତ୍ତ ସିନେମାକୁ ଅଧାରେ ଛାଡିଥିବା କଥା ସଲମାନ୍ ଏକ ସାକ୍ଷାତକାରରେ କହିଥିଲେ ।

ତେବେ ଏନେଇ ପ୍ରିୟଙ୍କାଙ୍କ କୌଣସି ପ୍ରତିକ୍ରିୟା ଆସିନଥିବା ବେଳେ ପ୍ରିୟଙ୍କାଙ୍କ ସମର୍ଥନରେ ଗାୟିକା ସୋନା ମହାପାତ୍ର ଆଗକୁ ଆସିଛନ୍ତି ଏବଂ ଲଗାତାର ପ୍ରିୟଙ୍କାଙ୍କୁ ଟାର୍ଗେଟ୍ କରୁଥିବା ନେଇ ସଲମାନଙ୍କୁ ସୋସିଆଲ୍ ମିଡିଆରେ ବିଷାକ୍ତ ପୌରଷତ୍ୱର ପରାମର୍ଶଦାତା ବୋଲି କହିଛନ୍ତି ।

ସେ ଟ୍ୱିଟରରେ ଲେଖିଛନ୍ତି , ପ୍ରିୟଙ୍କାଙ୍କୁ ଜୀବନରେ କରିବା ପାଇଁ ଅନେକ କିଛି କାମ ରହିଛି । ଯେଉଁଥିରେ ଜଣେ ସଚ୍ଚୋଟ ବ୍ୟକ୍ତିଙ୍କ ସହ ଜୀବନ ବିତାଇବା ମଧ୍ୟ ସାମିଲ ହୋଇରହିଛି ।

ସବୁଠାରୁ ମହତ୍ତ୍ୱପୂର୍ଣ୍ଣ ଜୀବନରେ ତାଙ୍କୁ ଏଭଳି ଯାତ୍ରା କରିବାର ଅଛି ଯେଉଁଥିରେ ଅନ୍ୟ ମହିଳା ମଧ୍ୟ ପ୍ରେରିତ ହୋଇପାରିବେ । ସୁଚନାନୁସାରେ ସଲମାନ୍ ଖାନ୍ ଏବଂ କ୍ୟାର୍ଟିନା କ୍ୟାଫଙ୍କ ଅଭିନିତ ସିନେମା “ଭାରତ” ଜୁନ୍ ୫ ତାରିଖରେ ରିଲିଜ୍ ହେବାକୁ ଯାଉଛି । ଯାହାର ନିର୍ଦ୍ଦେଶନା ଦାୟିତ୍ୱ ଅଲ୍ଲି ଅବ୍ୱାସ୍ ଜଫରଙ୍କ ହାତରେ ରହିଛି ।