କଂଗ୍ରେସର ନିର୍ବାଚନୀ ଗୀତ ଗାଇବାକୁ ରାଜି ହେଲେନି ସୋନା ମହାପାତ୍ର । ଜାଣନ୍ତୁ କାହିଁକି ଏଭଳି ଅଫରକୁ ପ୍ରତ୍ୟାଖାନ କଲେ ବଲିଉଡର ଏହି ଚର୍ଚ୍ଚିତ ଗାୟିକା

256

କନକ ବ୍ୟୁରୋ: ଓଡ଼ିଆ ଝିଅ ତଥା ବଲିଉଡର ଜଣେ ଚର୍ଚ୍ଚିତ ଗାୟିକା ସୋନା ମହାପାତ୍ର ନିଜ ରାଜନୈତିକ ନିରପେକ୍ଷତାକୁ ପ୍ରତିପାଦିତ କରିଛନ୍ତି । ସୋନା କହିଛନ୍ତି, ତାଙ୍କୁ କଂଗ୍ରେସର ନିର୍ବାଚନୀ ଗୀତ ଗାଇବାକୁ ଅଫର ମିଳିଥିଲା। ଏଥିଲାଗି ମୋଟା ଅଙ୍କର ଅର୍ଥ ମିଳିବାକୁ ଥିଲେ ବି ତାହା ସେ ଗାଇ ନାହାନ୍ତି ବୋଲି ଟୁଇଟ୍ କରିଛନ୍ତି। ଜଣେ ଅଣ ରାଜନୈତିକ କଳାକାର ହୋଇଥିବାରୁ କଂଗ୍ରେସ ଦଳର ଗୀତ ଗାଇବା ଉଚିତ ହେବ ନାହିଁ ବୋଲି ସୋନା କହିଛନ୍ତି।

ବଡ କଥା ହେଉଛି, ୨୦୧୯ ନିର୍ବାଚନ ପାଇଁ କଂଗ୍ରେସ ଏହାର ଇଲେକ୍ସନ ଆନ୍ଥେମ ଗାଇବା ପାଇଁ ସୋନାଙ୍କୁ ପ୍ରସ୍ତାବ ଦେଇଥିଲା। ମୋଟା ଅଙ୍କର ପାରିତୋଷିକର ଅଫର ଦିଆଯାଇଥିଲେ ବି ସୋନା ଏହାକୁ ମନା କରିଥିଲେ ।

ପୂର୍ବରୁ ମଧ୍ୟ ସୋନା ଓଡ଼ିଆ ଗୀତ ଗାଇବାକୁ ନେଇ ବିବାଦ ଦେଖାଯାଇଥିଲା। ସମ୍ବଲପୁରୀ ଗୀତ ‘ରଙ୍ଗବତୀ..’କୁ ନିଜସ୍ବ ଶୈଳୀରେ ଗାଇ କଟୁ ସମାଲୋଚନାର ଶିକାର ହୋଇଥିଲେ ସୋନା । ପଶ୍ଚିମ ଓଡ଼ିଶାର ବହୁ ସଙ୍ଗୀତଜ୍ଞ ଏହା ବିରୋଧରେ ମୁହଁ ଖୋଲିଥିଲେ ଜ୍ଝ ସେହିପରି ସାଲବେଗ ଭଜନ ‘ଆହେ ନୀଳଶୈଳ..’ର କିଛି ଶବ୍ଦର ବିକୃତ ଉଚ୍ଚାରଣ କରି ସମାଲୋଚିତ ହୋଇଥିଲେ ସୋନା। ଓଡ଼ିଆ ଭାଷାକୁ ବିକୃତ କରି ଗାଇବାରୁ ଭାଷା ପ୍ରେମୀମାନେ କ୍ଷୋଭ ପ୍ରକାଶ କରିଥିଲେ।