ସଲମାନଙ୍କ ସମ୍ପର୍କରେ ବିବାଦୀୟ ମନ୍ତବ୍ୟ ଦେଇ ଟ୍ରୋଲ ହେଲେ ସୋନା । ଜୀବନରୁ ମାରିଦେବାକୁ ଧମକ ଦେଲେ ଭାଇଜାନଙ୍କ ଫ୍ୟାନ୍ସ

Advertisment
ସଲମାନଙ୍କ ସମ୍ପର୍କରେ ବିବାଦୀୟ ମନ୍ତବ୍ୟ ଦେଇ ଟ୍ରୋଲ ହେଲେ ସୋନା । ଜୀବନରୁ ମାରିଦେବାକୁ ଧମକ ଦେଲେ ଭାଇଜାନଙ୍କ ଫ୍ୟାନ୍ସ

କନକ ବ୍ୟୁରୋ: ଗତ କିଛିଦିନ ହେଲା ପୁଣି ଥରେ ପୁଣି ଚର୍ଚ୍ଚାକୁ ଫେରିଛନ୍ତି ଚର୍ଚ୍ଚିତ ଗାୟିକା ସୋନା ମହାପାତ୍ର । ବଲିଉଡ ସୁପରଷ୍ଟାର ସଲମାନ ଖାନଙ୍କ ସମ୍ପର୍କରେ ବିବାଦୀୟ ମନ୍ତବ୍ୟ ଦେଇ ଚର୍ଚ୍ଚାକୁ ଆସିଥିବା ସୋନାଙ୍କୁ ଏବେ ମିଳୁଛି ଜୀବନରୁ ମାରି ଦେବାର ଖୋଲାଖୋଲି ଧମକ । ତେବେ ସୋନାଙ୍କୁ ଏହି ଧମକ ଦେଉଛନ୍ତି ଭାଇଜାନଙ୍କ ଫ୍ୟାନ୍ସ । ଏନେଇ ଖୋଦ୍ ସୋନା ଟୁଇଟ କରି କହିଛନ୍ତି । ଏଥି ସହିତ ଧମକମୂଳକ ମେସେଜର ଏକ ସ୍କ୍ରିନ୍ ସଟ୍ ମଧ୍ୟ ସୋନା ନିଜ ଟୁଇଟର ପେଜରେ ସେୟାର କରିଛନ୍ତି ।

ଜଣେ ଟ୍ରୋଲର ସୋନାକୁ ଖୋଲା ଧମକ ଦେଇ ଲେଖିଛନ୍ତି, ‘ଯଦି ତୁମେ ଆଉ କେବେ ସଲମାନଙ୍କ ସଂପର୍କରେ ଭୁଲରେ ବି କିଛି ଖରାପ କରି କୁହ ତେବେ ମୁଁ ତୁମ ଘରେ ପସି ତୁମକୁ ହତ୍ୟା କରିବି ଆଉ ଏହା ତୁମ ପାଇଁ ଶେଷ ଚେତାବନୀ ବୋଲି ଭାବିପାର ।’

ଏଠାରେ ଆମେ କହି ରଖୁଛୁ କି, ଅଭିନେତ୍ରୀ ପ୍ରିୟଙ୍କା ଚୋପ୍ରା ‘ଭାରତ’ ଛାଡିଦେବା ପରେ ସଲମାନ ଖାନ ଏନେଇ ପ୍ରତିକ୍ରିୟା ରଖିଥିଲେ । ଏହା ପରେ ଟ୍ୱିଟ କରି ସଲମାନଙ୍କୁ କଡା ଭାଷାରେ ସମାଲୋଚନା କରିଥିଲେ ସୋନା । ଟ୍ୱିଟରେ ସୋନା ଲେଖିଥିଲେ କି- ସଲମାନ ବିଷାକ୍ତ ପୌରୁଷତ୍ୱର ବିଜ୍ଞାପନଦାତା । ଭାରତ ଛାଡିବା ନେଇ ପ୍ରିୟଙ୍କାଙ୍କ ସମ୍ପର୍କରେ ସଲମାନ ବିବାଦୀୟ ହୋଇ ପଡିଥିଲେ । ସଲମାନ କହିଥିଲେ କ୍ୟାରିୟର ପାଇଁ ଅନେକ ସ୍ୱାମୀଙ୍କୁ ଛାଡିଦେଉଥିବାବଳେ ବିବାହ ଆଳରେ ପ୍ରିୟଙ୍କା ‘ଭାରତ’ ଭଳି ଉଚ୍ଚମାନର ଫିଲ୍ମ ଛାଡି ଠିକ କରିନାହାନ୍ତି । ଯାହାର ଜବାବରେ ସୋନା ଟ୍ୱିଟ କରିଥିଲେ କି, ଏଭଳି ମନ୍ତବ୍ୟ ଦ୍ୱାରା ସଲମାନ କେବଳ ପ୍ରିୟଙ୍କା ନୁହନ୍ତି, ବରଂ ତାଙ୍କ ଭଳି ଅନେକ ମହିଳାଙ୍କୁ ମଧ୍ୟ ଅପମାନିତ କରିଛନ୍ତି । ସଲମାନଙ୍କ ମନ୍ତବ୍ୟ ଅତି ନିଚ୍ଚ ମାନର ବୋଲି କହିଥିଲେ ସୋନା ମହାପାତ୍ର ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe