ପୂର୍ବତନ ବିଧାୟକ ନବୀନ ନନ୍ଦଙ୍କ ପୁଅ ସଙ୍କଟାପନ୍ନ : ଫେସବୁକରେ ସେୟାର କଲେ ପୁଅର ଫଟୋ

977

କନକ ବ୍ୟୁରୋ : ସାମାଜିକ ଗଣମାଧ୍ୟମରେ ପୁଅର ସଂକଟାପନ୍ନ ଅବସ୍ଥା ନେଇ ସୂଚନା ଦେଇଛନ୍ତି ପୂର୍ବତନ ବିଧାୟକ ନବୀନ ନନ୍ଦ । ଏକ ଫେସବୁକ ପୋଷ୍ଟରେ ହସ୍ପିଟାଲ ବେଡରେ ଅତି ମୂମୁର୍ଷ ଅବସ୍ଥାରେ ଥିବା ପୁଅର ଫଟୋ ସହ ମୁଖ୍ୟମନ୍ତ୍ରୀଙ୍କୁ ଅପିଲ କରିଛନ୍ତି ପୂର୍ବତନ ବିଧାୟକ । ଫୁସଫୁସରେ ସଂକ୍ରମଣ କାରଣରୁ ଏବଂ ଇସିଏମଓ ନଥିବାରୁ ତାଙ୍କ ପୁଅ ଆଉ ବଂଚିବେ ନାହିଁ ବୋଲି ସେ ଲେଖିଛନ୍ତି ।

କଟକ ଅଶ୍ୱୀନ ହସ୍ପିଟାଲରେ ତାଙ୍କ ପୁଅ କିଭଳି ସଂକଟାପନ୍ନ ରହିଛନ୍ତି ତାହା ଫେସବୁକ ପୋଷ୍ଟରୁ ଜଣାପଡୁଛି । ତେବେ ସେ ଏହି ପୋଷ୍ଟ ଜରିଆରେ କଟକ ଏସସିବି ମେଡିକାଲ ସମେତ ଜିଲ୍ଲା ମୁଖ୍ୟ ହସ୍ପିଟାଲଗୁଡିକୁ ଏହି ଇସିଏମଓ ମେସିନ ଯୋଗାଇ ଦେବାପାଇଁ ସେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଅନୁରୋଧ କରିଛନ୍ତି । ଭାରାକ୍ରାନ୍ତ ହୃଦୟରେ ଲେଖିଛନ୍ତି ଯେ, ସେ ତାଙ୍କ ପୁଅକୁ ହୁଏତ ହରାଇ ଦେଇପାରନ୍ତି, ହେଲେ ରାଜ୍ୟର ଅନ୍ୟମାନେ ଏହି ସ୍ୱାସ୍ଥ୍ୟ ସେବା ଯେମିତି ପାଇପାରିବେ ସେଥିପାଇଁ ସେ ନିବେଦନ କରିଛନ୍ତି ।