ନରସିଂହ ମିଶ୍ରଙ୍କ ସ୍ଥାନରେ ପୁଅ ସମରେନ୍ଦ୍ରଙ୍କୁ ଟିକେଟ ଦେଲା କଂଗ୍ରେସ: ବଲାଙ୍ଗିର ଆସନରୁ ଲଢିବେ ବିଧାନସଭା ନିର୍ବାଚନ

249

କନକ ବ୍ୟୁରୋ: ବିଧାନସଭା ଓ ଲୋକସଭା ନିର୍ବାଚନ ପାଇଁ ପ୍ରାର୍ଥୀ ଘୋଷଣା କରିଛି କଂଗ୍ରେସ । ପ୍ରଥମ ପର୍ଯ୍ୟାୟରେ ଦଳ ୪୭ ବିଧାନସଭା ସହ ୨ଟି ସହଯୋଗୀ ଦଳ ପାଇଁ ଟିକେଟ ଘୋଷଣା କରିଛି । ସେହିପରି ୮ଟି ଲୋକସଭା ପାଇଁ ଦଳ ପ୍ରାର୍ଥୀ ଘୋଷଣା କରିଛି । ତେବେ ଏଥର ନିର୍ବାଚନରୁ ଓହରି ଯାଇଛନ୍ତି କଂଗ୍ରେସର ବରିଷ୍ଠ ନେତା ନରସିଂହ ମିଶ୍ର । ତାଙ୍କ ସ୍ଥାନରେ ତାଙ୍କ ପୁଅ ସମରେନ୍ଦ୍ର ମିଶ୍ରଙ୍କୁ ଟିକେଟ ଦେଇଛି କଂଗ୍ରେସ । ତେବେ ବାପାଙ୍କ ସ୍ଥାନକୁ ପୂରଣ କରିବାକୁ ଏଥର ନିର୍ବାଚନରେ ମୈଦାନକୁ ଓହ୍ଲାଇବେ ପୁଅ ।

୨୦୧୪ ମସିହାରୁ ବଲାଙ୍ଗୀରରେ ନିର୍ବାଚନ ଲଢୁଛନ୍ତି ନରସିଂହ ମିଶ୍ର । ସେ ୨୦୧୪ ମସିହାରେ ପ୍ରଥମଥର ନିର୍ବାଚନରେ ବିଜୟୀ ହୋଇ ବିଧାୟକ ହୋଇଥିଲେ । ଏହାପରେ ୨୦୧୯ରେ ବି ସେ ବିଜୟୀ ହୋଇ କଂଗ୍ରେସ ବିଧାୟକ ରହିଥିଲେ । ହେଲେ ଏଥର ନିର୍ବାଚନ ନଲଢି ନିଜ ପୁଅକୁ ମୈଦାନକୁ ଓହ୍ଲାଇଛନ୍ତି । ସେପଟେ ସମରେନ୍ଦ୍ର ମିଶ୍ରଙ୍କୁ ଟକ୍କର ଦେବେ ବିଜେଡି ପ୍ରାର୍ଥୀ କଳିକେଶ ନାରାୟାଣ ସିଂହଦେଓ ।