୨୨ ବର୍ଷ ପରେ ମା’କୁ ଭିକ ମାଗିବାକୁ ଆସିଲା ପୁଅ । ଘରକୁ ଫେରିଆସିବାକୁ ବିକଳ ହୋଇ କାନ୍ଦିଲେ ମା’, ହେଲେ ଫେରିଲାନି ପୁଅ ।

Advertisment
୨୨ ବର୍ଷ ପରେ ମା’କୁ ଭିକ ମାଗିବାକୁ ଆସିଲା ପୁଅ । ଘରକୁ ଫେରିଆସିବାକୁ ବିକଳ ହୋଇ କାନ୍ଦିଲେ ମା’, ହେଲେ ଫେରିଲାନି ପୁଅ ।

କନକ ବ୍ୟୁରୋ: ଦୀର୍ଘ ୨୨ ବର୍ଷ ପରେ ମା’ ପାଖକୁ ଫେରିଲା ପୁଅ, ହେଲେ ମା’ର ହୋଇପାରିଲା ନାହିଁ । ବିକଳ ହୋଇ କାନ୍ଦୁଥିଲା ମା’ । ଏଭଳି ହୃଦୟ ବିଦାରକ ଘଟଣା ଦେଖିବାକୁ ମିଳିଛି ଉତ୍ତରପ୍ରଦେଶ ଆମେଠିରେ ।

୧୧ବର୍ଷ ବୟସରେ ପିଙ୍କୁ ନାମକ ବାଳକ କାହାକୁ କିଛି ନକହି ଘରୁ କେଉଁଆଡେ ଚାଲି ଯାଇଥିଲା। ଏହି ବାଳକ ଜଣକ ଦୀର୍ଘ ୨୨ବର୍ଷ ପରେ ନିଜ ଗାଁକୁ ନିଜ ମା’ ଭାନୁମତି ପାଖକୁ ଫେରି ଆସିଥିଲା। ଏହାକୁ ନେଇ ପୂରା ଗାଁ ଖୁସି ହୋଇଯାଇଥିଲା। ଦୀର୍ଘବର୍ଷ ପରେ ନିଜ ନିଖୋଜ ପୁଅକୁ ଫେରି ପାଇ ଯେମିତି ମା’ର ଶରୀରରେ ପ୍ରାଣ ପଶିଯାଇଥିଲା। କିନ୍ତୁ ମା’ର ପୁଅକୁ ଫେରି ପାଇବାର ଖୁସି ବେଶୀ ସମୟ ରହି ନଥିଲା।

କାରଣ ମା’ ଜାଣିବାକୁ ପାଇଲା କି ସଂସାରର ମୋହମାୟା ତ୍ୟାଗ କରି ତାଙ୍କ ପୁଅ ସନ୍ୟାସୀ ହୋଇଯାଇଛି। ସନ୍ୟାସୀ ନେବା ପରେ ଥିବା ଏକ ନିୟମ ପାଳନ କରିବାକୁ ସେ ଗାଁକୁ ଆସିଛି। ଯେତେବେଳେ ପୁଅ କେନ୍ଦରା ବଜାଇ ଭିକ୍ଷା ମାଗିଥିଲା କୋହ ସମ୍ଭାଳିପାରିନଥିଲା ମା’ । ମା’ର କାନ୍ଦ ସେଠାରେ ଉପସ୍ଥିତ ସମସ୍ତଙ୍କ ଆଖିକୁ ଓଦା କରିଦେଇଥିଲା ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe