କନକ ବ୍ୟୁରୋ : ବାପା ମା’ଙ୍କୁ ନେଇ ଅନେକ ଗର୍ବ କରନ୍ତି । ହେଲେ କିଛି ଲୋକ ବାପା ମା'ଙ୍କ ଚେହେରା ଓ ପରିଚୟକୁ ନେଇ ନିଜକୁ ଅପମାନ ବୋଧ କରନ୍ତି । କିନ୍ତୁ ପରେ ବୁଝିପାରନ୍ତି ନିଜର ଭୁଲ୍ । ଜଣେ ଆଇଏଏସ ନୀତିନ ଜୱାଲେଙ୍କ କାହାଣୀ କିଛି ଏମିତି । ନୀତିନଙ୍କ ମା' ଅନୁସୂୟା ଜୱାଲେ ପାଠ ପଢିନଥିବା ଏମିତି ଜଣେ ମହିଳା ଯିଏ ମୁମ୍ବାଇର ରାସ୍ତା କଡରେ ପରିବା ବିକି ନିଜ ୮ ସନ୍ତାନକୁ ଲାଳନ ପାଳନ କରିଛନ୍ତି ।

Advertisment

ଏପିରିକି ମାଙ୍କର ଅନାକର୍ଷଣୀୟ ଚେହେରାକୁ ନେଇ ପିଲାବେଳେ ବ୍ୟତିବ୍ୟସ୍ତ ହୋଇପଡୁଥିଲେ ନୀତିନ । ସ୍କୁଲରୁ ତାଙ୍କୁ ଆଣିବାକୁ ଗଲା ବେଳେ ମା' ସହ ଆସିବା ପାଇଁ ସଙ୍କୋଚ ବୋଧ କରୁଥିଲେ ନୀତିନ । ମା' ତାଙ୍କ ବ୍ୟାଗ ଧରି ଗଲାବେଳେ ନୀତିନ ମା'ଙ୍କ ସହ ନଯାଇ ଟିକେ ଦୂରରେ ଆଗରେ କିମ୍ବା ପଛରେ ଯାଉଥିଲେ । ଆଉ ସାଙ୍ଗ ସାଥୀଙ୍କ ଆଗରେ ମା'ର ପରିଚୟ ଦେବା ପାଇଁ କୁଣ୍ଠିତ ହେଉଥିଲେ । ହେଲେ ସେହି ମା'ର ଆଶୀର୍ବାଦରେ ଆଜି ସେ ଆଇଏଏସ । ବାପା ଚାଲିଯିବାର ୧୭ ବର୍ଷ ପରେ ଛୁଆଙ୍କୁ ମଣିଷ କରିବା ପାଇଁ ମା'ଙ୍କ ସଂଘର୍ଷର କାହାଣୀକୁ ବଖାଣିଛନ୍ତି ନୀତିନ ।

ମା'ର ନିଷ୍ଠା ଓ ପରିଶ୍ରମ ଫଳରେ କେମିତି ସେ ଆଇଏସ ହୋଇପାରିଛନ୍ତି ସେକଥା ବଖାଣିଛନ୍ତି । ବାପାଙ୍କ ଶ୍ରାଦ୍ଧ ଦିବସରେ ମାର ଅବଦାନ କଥା ମନେ ପକେଇଛନ୍ତି । ଏ କେବଳ ନୀତିନଙ୍କ କାହାଣୀ ନୁହେଁ ସମାଜରେ ଏଭଳି ଅନେକ ଲୋକ ଅଛନ୍ତି ଯେଉଁମାନେ ସଫଳ ହେବା ପରେ ନିଜର ନିରକ୍ଷର, ଅଭାବୀ ବାପା-ମା'ର ପରିଚୟ ଦେବା ପାଇଁ ପସନ୍ଦ କରନ୍ତି ନାହିଁ । ସେମାନଙ୍କ ଆଖି ଖୋଲିଦେବା ପାଇଁ ଆଇଏଏସ ନୀତିନ ଜୱାଲେଙ୍କ ବାର୍ତ୍ତା ଯଥେଷ୍ଟ ।