ଆତଙ୍କବାଦୀ ସଂଗଠନ ଅଲକାଏଦାର ମୁଖ୍ୟ ଓସାମା ବିନ୍ ଲାଦେନ୍ ର ପୁଅ ହମଜା ବିନ୍ ଲାଦେନ୍ ର ମୃତ୍ୟୁ ହୋଇଯାଇଛି । ଆମେରିକା ଗୁଇନ୍ଦା ବିଭାଗ ଦ୍ୱାରା ସ୍ପଷ୍ଟ ହୋଇ ଗଣମାଧ୍ୟମ ରିପୋର୍ଟ ଏହି ଖବରକୁ ସତ୍ୟତା କହିବା ସହ ଗଣମାଧ୍ୟମ ରିପୋର୍ଟ ମଧ୍ୟ ଏହି ଖବରରେ ଦୃଢତା ଥିବା କଥା କହୁଛି । ଚଳିତ ବର୍ଷ ମାର୍ଚ୍ଚ ମାସରେ ଆମେରିକା ହମଜା ବିନ୍ ଲାଦେନ୍ ଉପରେ ୧୦ ଲକ୍ଷ ଡଲାରର ପୁରସ୍କାର ରଖିଥିଲା । ହମଜା ନିଜ ବାପା ଓସାମା ବିନ୍ ଲାଦେନ୍ ମୃତ୍ୟୁର ପ୍ରତିଶୋଧ ପାଇଁ ଆମେରିକା ବିରୁଦ୍ଧରେ ଷଡଯନ୍ତ୍ର କରୁଥିଲା । ଯାହାକୁ ଦେଖି ଆମେରିକା ହମଜା ମୁଣ୍ଡ ଉପରେ ୧୦ ଲକ୍ଷ ଡଲାରର ପୁରସ୍କାର ରାଶିର ଘୋଷଣା କରିଥିଲା ।

Advertisment

publive-image

ଅନ୍ୟପକ୍ଷରେ ୟୁଏନଏସସି ପକ୍ଷରୁ ହମଜା ବିନ୍ ଲାଦେନ୍ ର ନାଁ ନିଜ ପ୍ରତିବନ୍ଧ ସୂଚୀରେ ରଖାଯାଇଛି । ୟୁଏନଏସସି ଏବଂ ଆମେରିକା ପକ୍ଷରୁ ହମଜାକୁ ନେଇ କଡା ନିଷ୍ପତ୍ତି ପରେ ସାଉଦି ଆରବରେ ମଧ୍ୟ ହମଜାର ନାଗରିକତାକୁ ରଦ୍ଦ କରିଦିଆଯାଇଥିଲା । ଗତ କିଛି ବର୍ଷ ଧରି ‘ଜିହାଦ୍ ର କ୍ରାଉନ୍ ପ୍ରିନ୍ସ’ ନାମରେ କୁଖ୍ୟାତ ହମଜା ବିନ୍ ଲାଦେନ୍ କୁ ଖୋଜିବା ପାଇଁ ଆମେରିକା ଚେଷ୍ଟା ଚଲାଇଥିଲା । କେବେ ପାକିସ୍ତାନ ତ କେତେବେଳେ ଆଫଗାନିସ୍ତାନରେ ସେ ଲୁଚିଥିବାର ଖବର ଆସୁଥିଲା । ୨୦୧୧ ର ପାକିସ୍ତାନ ଏବଂ ଆମେରିକାର ନୌସିଲ୍ ଅଭିଯାନରେ ଓସାମା ବିନ୍ ଲାଦେନ୍ ର ହତ୍ୟା ହୋଇଥିବା ବେଳେ ହମଜା କିନ୍ତୁ କୌଶଳ କ୍ରମେ ସେଠାରୁ ବଂଚିଯାଇଥିଲା । ସେତେବେଳେ ତାର ବୟସ ୩୦ ବର୍ଷ ଥିଲା । ୧୯୮୯ ରେ ସାଉଦି ଆରବ ଜିହାଦ୍ ରେ ଜନ୍ମିତ ହମଜାର ବିବାହ ୯/୧୧ ଆକ୍ରମଣରେ ଏୟାରକ୍ରାଫ୍ଟର ଅପହରଣ କରିଥିବା ମହମ୍ମଦ୍ ଅତାର କନ୍ୟା ସହ ହୋଇଥିଲା ।