କନକ ବ୍ୟୁରୋ : ନିର୍ବାଚନରେ ବିଜୟୀ ହୋଇଛନ୍ତି ମୃତ କୁଳମଣି ବରାଳଙ୍କ ପୁଅ । କଟକ ଜିଲ୍ଲା ମାହାଙ୍ଗା ନିର୍ବାଚନ ମଣ୍ଡଳୀର ନୃର୍ତ୍ତାଙ୍ଗ ଗ୍ରାମପଂଚାୟତରୁ ସମିତି ସଭ୍ୟ ପ୍ରାର୍ଥୀ ଭାବେ ଛିଡା ହୋଇଥିଲେ କୁଳମଣି ବରାଳଙ୍କ ପୁଅ ରମାକାନ୍ତ ବରାଳ । ମୈଦାନରେ ୪ ଜଣ ପ୍ରାର୍ଥୀ ଥିବାବେଳେ ସର୍ବାଧିକ ୧୫୪୦ ଭୋଟ୍ ପାଇ ବାଜି ମାରିଛନ୍ତି ରମାକାନ୍ତ ।

Advertisment

ମାହାଙ୍ଗା ଡବଲ ମର୍ଡର ଘଟଣା ପରେ ଚର୍ଚ୍ଚାରେ ଥିଲେ ରମାକାନ୍ତ । କାରଣ ମାହାଙ୍ଗାରେ ରାଜନୈତିକ ଶତ୍ରୁତାରୁ ପୂର୍ବତନ ବ୍ଲକ ଅଧ୍ୟକ୍ଷ କୁଳମଣି ବରାଳ ଓ ତାଙ୍କ ସହଯୋଗୀ ଦିବ୍ୟସିଂହ ବରାଳଙ୍କୁ ହତ୍ୟା କରାଯାଇଥିବା ଅଭିଯୋଗ ହୋଇଥିଲା । ପ୍ରଧାନମନ୍ତ୍ରୀ ଆବାସ ଦୁର୍ନୀତି ବାବଦରେ ମୁହଁ ଖୋଲିବାରୁ ତାଙ୍କୁ ହତ୍ୟା କରାଯାଇଥିବା ଅଭିଯୋଗ ଆଣିଥିଲା ବିଜେପି ।

ଏହାକୁ ନେଇ ଶାସକ ଦଳ ବିରୋଧରେ ଅନେକ ବର୍ଷିଛି ଦଳ । ପୁରା ଘଟଣାରେ ମନ୍ତ୍ରୀ ପ୍ରତାପ ଜେନାଙ୍କ ସଂପୃକ୍ତି ରହିଥିବା ବିଜେପି ଅଭିଯୋଗ କରିଆସୁଥିବାରୁ ଚର୍ଚ୍ଚାରେ ଥିଲା ମାହାଙ୍ଗ ଡବଲ ମର୍ଡର ଘଟଣା ଓ ପଂଚାୟତ ନିର୍ବାଚନରେ ମୃତ କୁଳମଣିଙ୍କ ପୁଅ ପ୍ରତିଦ୍ୱନ୍ଦ୍ୱିତା କରିବା ଘଟଣା ।