କନକ ବ୍ୟୁରୋ: ଦିନ ଯେତିକି ଗଡୁଛି ଅପକମିଂ ବଲିଉଡ ଫିଲ୍ମ ଆଦିପୁରୁଷକୁ ନେଇ ବିବାଦ ସେତିକି ତେଜିବାରେ ଲାଗିଛି । ଦିଲ୍ଲୀ ହାଇକୋର୍ଟ ପରେ ତିସ୍ ହଜାର କୋର୍ଟରେ ଫିଲ୍ମର ରିଲିଜକୁ ରୋକ ଲଗାଇବା ପାଇଁ ପିଟିସନ ଦାଖଲ କରାଯାଇଛି । ଆଦିପୁରୁଷର ଚରିତ୍ର ଓ ଦୃଶ୍ୟକୁ ନେଇ କେବଳ ହିନ୍ଦୁ ସଂଗଠନ ନୁହେଁ ବିଜେପି ଓ କିଛି ରାଜନୈତିକ ଦଳ ଆପତି ପ୍ରକାଶ କରିଛନ୍ତି । ଏହା ଭିତରେ ପୌରାଣିକ କଥାବସ୍ତୁ ଉପରେ ଆଧାରିତ ଧାରାବାହିକ ରାମାୟଣର ନିର୍ମାତା ରମାନନ୍ଦ ସାଗରଙ୍କ ପୁଅ ପ୍ରେମସାଗର କିନ୍ତୁ ଆଦିପୁରୁଷକୁ ନିଜର ସମର୍ଥନ ଜଣାଇଛନ୍ତି ।
ଏକ ଜାତୀୟ ଗଣମାଧ୍ୟକୁ ସାକ୍ଷାତ ଦେଇ ପ୍ରେମ ସାଗର ଏକ ବିବାଦୀୟ ବୟାନ ଦେଇଛନ୍ତି । ପ୍ରେମସାଗର କହିଛନ୍ତି ସମୟ ଅନୁସାରେ ସବୁ କିଛି ପରିବର୍ତନ ହୁଏ । ସମୟ ସହ ତାଳ ଦେଇ ଧର୍ମର ସଂଜ୍ଞା ବି ବଦଳିଛି । ନିର୍ଦ୍ଦେଶକ ଓମ ରାଉତଙ୍କୁ ଯାହା ଅନୁଭବ ହୋଇଛି ଏହାକୁ ଆଧାର କରି ସେ ଫିଲ୍ମ ନିର୍ମାଣ କରିଛନ୍ତି । ତେବେ ଓମରାଉତ ନିଜ ଫିଲ୍କୁ ରାମାୟଣ ବୋଲି କହିନାହାଁନ୍ତି ତେବେ ସେ କେଉଁ ଦିଗରୁ ଭୁଲ ବୋଲି ପ୍ରଶ୍ନ କରିଛନ୍ତି ପ୍ରେମ ସାଗର ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2022/10/ramanand-sagars-son-prem-finally-reacts-defends-om-rauts-adipurush-says-how-can-you-stop-anyone-from-creating-01.jpg)