ମାଲକାନଗିରି : ବାପା ମାଓବାଦୀ ପୁଅ ପୁଲିସ୍ । ବ୍ୟବସ୍ଥା ବିରୋଧରେ ୧୪ ବର୍ଷ ତଳୁ ଅସ୍ତ୍ର ଉଠାଇଥିଲେ ବାପା ୱାଇ. ସୀମାଂଚଳମ । ବନିଯାଇଥିଲେ ନକ୍ସଲ । ହେଲେ ବିରୋଧୀ କ୍ୟାମ୍ପରେ ରହି ନକ୍ସଲଙ୍କ ମୁକାବିଲା କରୁଥିଲେ ପୁଅ । କାରଣ ପୁଅ ୱାଇ. ଆପ୍ପାରାଓ ଜଣେ ପୁଲିସ୍ କନେଷ୍ଟବଳ ।

Advertisment

vlcsnap-2016-10-25-21h12m10s884ଏହା ହେଉଛି ଦୁର୍ଦ୍ଦାନ୍ତ ମାଓମେତା ୱାଇ. ସୀମାଂଚଳମ ଓରଫ ହରି ଓରଫ ପେଦା ମୂରଲିଙ୍କ ଚିତ୍ର । ବିଜୟନଗମ ମାଓ ସଂଗଠନର ଜିଲ୍ଲା କମିଟି ସଦସ୍ୟ । ୧୪ ବର୍ଷ ହେଲା ମାଓ ସଂଗଠନରେ ସକ୍ରିୟ ଥିଲେ । ନନ୍ଦପୁର ଏରିଆ କମିଟି ସହ ମାଓବାଦୀଙ୍କ ଏଗ୍ରିିକଲଚର୍ କମିଟି ଦାୟିତ୍ୱରେ ଥିଲେ ସୀମାଂଚଳମ । ତାଙ୍କ ମୁଣ୍ଡ ପାଇଁ ୧୦ ଲକ୍ଷ ଟଙ୍କାର ପୁରସ୍କାର ଘୋଷଣା କରିିଥିଲେ ଉଭୟ ଓଡିଶା ଓ ଆନ୍ଧ୍ରପ୍ରଦେଶ ସରକାର ।

ଗତକାଲି ମାଲକାନଗିରିରେ ପୁଲିସ୍ ଗୁଳିର ଶିକାର ହୋଇଛନ୍ତି ସୀମାଂଚଳମ । ଆଉ ଆଜି ତାଙ୍କ ମୃତଦେହ ଚିହ୍ନଟ କରିବାକୁ ଆସିଥିଲେ ପୁଲିସ୍ ପୁଅ । ମାଓନେତା ସୀମାଂଚଳମଙ୍କ ପୁଅ ୱାଇ ଆପ୍ପାରାଓ ବର୍ତମାନ ବିଜୟନଗରମରେ କାର୍ଯ୍ୟରତ । ତେବେ ବାପା ମାଓବାଦୀ ହୋଇଥିବାରୁ ଅତି ସନ୍ତର୍ପଣରେ ମୃତଦେହ ଚିହ୍ନଟ କରିଥିଲେ ଓ ଗ୍ରହଣ କରିଥିଲେ । ଏପରିକି ଗଣମାଧ୍ୟମଠାରୁ ମୁହଁ ଲୁଚାଇ ଚାଲିଯାଇଥିଲେ ।