କନକ ବ୍ୟୁରୋ : ଗଣଶିକ୍ଷା ମନ୍ତ୍ରୀ ବଦ୍ରି ପାତ୍ରଙ୍କ ପୁଅ ଦେବାଶିଷ ପାତ୍ର ଓରଫ ଟୁଟୁକୁ ଗିରଫ କରିଛି ଆନନ୍ଦପୁର ପୋଲିସ । ଘସିପୁରାରେ ପୌର ଉପାଧ୍ୟକ୍ଷଙ୍କ ଗାଡି ଉପରକୁ ଆକ୍ରମଣ ଓ ୬ ଜଣଙ୍କୁ ହଣାକଟା ଘଟଣାରେ ପୋଲିସ ଦେବାଶିଷଙ୍କୁ ଟାଙ୍ଗୀରୁ ଗିରଫ କରିଛି । ଗତ ୬ ତାରିଖରେ ଫେସବୁକ୍ କମେଂଟକୁ ନେଇ ଘସିପୁରାରେ ଆନନ୍ଦପୁର ପୌର ଉପାଧ୍ୟକ୍ଷ ସୁରେଶ ସାହୁଙ୍କ ଗାଡି ଉପରକୁ ଅତର୍କିତ ଆକ୍ରମଣ ହୋଇଥିଲା । ଏହି ଅଭିଯୋଗ ନେଇ ଗତକାଲି ରାତିରେ ଆନନ୍ଦପୁର ପୋଲିସ ଅଭିଯୁକ୍ତ ଦେବାଶିଷ ପାତ୍ର ଓରଫ ଟୁଟୁକୁ ଗିରଫ କରିଛି ।
ଏହାପରେ ଶୈଳଙ୍ଗ ଛକଠାରେ ୩୦ରୁ ଅଧିକ ଯୁବକଙ୍କ ଉପରେ ଆକ୍ରମଣ କରାଯାଇଥିଲା । ଏ ନେଇ ମନ୍ତ୍ରୀଙ୍କ ପୁଅ ଦେବାଶିଷଙ୍କ ସମେତ ଅନ୍ୟମାନଙ୍କ ନାଁରେ ମାମଲା ରୁଜୁ ହୋଇଥିଲା । ଏହା ପରେ ଦେବାଶିଷଙ୍କୁ ଗିରଫ କରିଛି ପୋଲିସ । ଗତକାଲି ରାତିରେ ଦେବାଶିଷଙ୍କୁ ଆନନ୍ଦପୁର ପୋଲିସ ଗିରଫ କରିଛି । ତେବେ ସୂଚନା ଅନୁଯାୟୀ, ଘସିପୁରାରେ ପୌର ଉପାଧ୍ୟକ୍ଷଙ୍କ ଗାଡି ଉପରକୁ ଆକ୍ରମଣ ଓ ୬ ଜଣଙ୍କୁ ହଣାକଟା ଘଟଣାରେ ପୋଲିସ ଗଣଶିକ୍ଷା ମନ୍ତ୍ରୀ ବଦ୍ରି ନାରାୟଣ ପାତ୍ରଙ୍କ ପୁଅ ଦେବାଶିଷ ପାତ୍ରକୁ ଗିରଫ କରିଛି ।