ମହାରାଜଗଞ୍ଜ ପୋଲିସର ସୁପାରିଶ କ୍ରମେ ଲକ୍ଷ୍ନୌ ପୋଲିସ ଆଲୋକଙ୍କୁ କବଜାକୁ ନେଇଛି । ସୂଚନା ମୁତାବକ ଘଟଣା ସ୍ଥଳରେ ଆଲୋକ ରହିଥିବା କୁହାଯାଇଛି । ଏହାମଧ୍ୟ କୁହାଯାଇଛି ଯେ ଆଲୋକ ସଂପୃକ୍ତ ମହିଳାଙ୍କ ସଂପର୍କରେ ରହିଥିଲେ

ପୋଲିସ ହେପାଜତରେ ପୂର୍ବତନ ରାଜ୍ୟପାଳଙ୍କ ପୁଅ

318

କନକ ବ୍ୟୁରୋ : ଉତରପ୍ରଦେଶର ରାଜଧାନୀ ଲକ୍ଷ୍ନୌ ଠାରେ ଥିବା ବିଜେପିର ରାଜ୍ୟ କାର୍ଯ୍ୟାଳୟ ସମ୍ମୁଖରେ ମଙ୍ଗଳବାର ଦିନ ଜଣେ ମହିଳା ନିଜ ଦେହରେ ନିଆଁ ଲଗାଇ ଆତ୍ମହତ୍ୟା ଉଦ୍ୟମ କରିଥିଲେ । ଏହା ମାମଲାରେ ମହିଳାଙ୍କୁ ପୋଲିସ ତୁରନ୍ତ ଉଦ୍ଦାର କରି ଗୁରୁତର ଅବସ୍ଥାରେ ମେଡିକାଲରେ ଭର୍ତ୍ତି କରିଥିଲେ । ଏହା ମଧ୍ୟରେ ପୋଲିସ ପୂର୍ବ ରାଜ୍ୟପାଳ ସୁଖଦେବ ପ୍ରସାଦଙ୍କ ପୁଅ ଆଲୋକକୁ ଗିରଫ୍ କରିଛି । ଆଲୋକ କଂଗ୍ରେସ ପାର୍ଟି ସହିତ ଯୋଡି ହୋଇଥିବାରୁ ଏ;ହା ତାଙ୍କ ବିରୋଧରେ ଏକ ଷଡଯନ୍ତ୍ର ବୋଲି ସେ କହିଛନ୍ତି ।
ସୂଚନା ଥାଉକି ମଙ୍ଗଳବାର ଦିନ ମହିଳା ଜଣଙ୍କ ଲକ୍ଷ୍ନୌରେ ଥିବା ବିଜେପି ପ୍ରଦେଶ କାର୍ଯ୍ୟାଳୟ ସମ୍ମୁଖରେ ନିଜ ଦେହରେ କୌଣସି ଏକ ଦହନ ପଦାଥ; ଢାଳି ନିଆଁ ଲଗାଇ ଦେଇଥିଲେ । ଏହି ସମୟରେ ସେଠାରେ ଥିବା ଗଣମାଧ୍ୟମ କର୍ମଚାରୀ ଓ ସୁରକ୍ଷା କର୍ମୀ ମାନେ ତାଙ୍କୁ ଉଦ୍ଧାର କରିଥିଲେ । ଏହା ପରେ ମହିଳା ଜଣଙ୍କୁ ଗୁରୁତର ଅବସ୍ଥାରେ ସିବିଲ ମେଡିକାଲରେ ଭର୍ତ୍ତି କରିଥିଲେ । ବର୍ତମାନ ସେଠାରେ ତାଙ୍କର ଚିକିତ୍ସା ଚାଲିିଛି ।

ଆତ୍ମହତ୍ୟା ଉଦ୍ୟମ କରିଥିବା ମହିଳା ଜଣଙ୍କ ହେଉଛନ୍ତି ଅଞ୍ଜନା ତିୱାରୀ । ଅଞ୍ଜନା ମହାରାଜଗଞ୍ଜ ଅଞ୍ଚଳର ବାସିନ୍ଦା । ସେ ପ୍ରଥମେ ଅଖିଳେଶ ତିୱାରୀ ନାମକ ଜଣେ ଯୁବକଙ୍କୁ ବିବାହ କରିଥିଲେ । ବାହାଘର ର କିଛିଦିନ ମଧ୍ୟରେ ତାଙ୍କର ଅଖିଳେଶ ସହିତ କୌଣସି କାରଣକୁ ନେଇ ଝଗଡା ହେବାପରେ ସେ ତାଙ୍କୁ ଛାଡପତ୍ର ଦେଇଥିଲେ । ଏହା ପରେ ଅଞ୍ଜନା ଧର୍ମ ପରିବର୍ତ୍ତନ କରି ଆସିଫ୍ ନାମକ ଜଣେ ମୁସଲମାନ ଯୁବକଙ୍କୁ ବିବାହ କରିଥିଲେ । ଆସିଫ୍ ଙ୍କ ସହିତ ବାହାଘର ପରେ ଆସିଫ୍ ସାଉଦୀ ପଳାଇଯାଇଥିଲେ । ମହିଳା ଜଣଙ୍କ କହିବା ମୁତାବକ ଆସିଫ୍ ସାଉଦୀ ପଳାଇଯିବା ପରେ ଆସିଫ୍‌ଙ୍କ ପରିବାର ତାଙ୍କୁ ମାନସିକ ଓ ଶାରୀରିକ ଭାବେ ଅତ୍ୟାଚାର କରୁଥିଲେ ।
ଏନେଇ ସେ ମହାରାଜଗଞ୍ଜ ଥାନାରେ ଅଭିଯୋଗ କରିଥିଲେ ବି ପୋଲିସ ତାଙ୍କ କଥା ଶୁଣି ନଥିଲା । ଏନେଇ ସେ ମୁଖ୍ୟମନ୍ତ୍ରୀ ଆଦିତ୍ୟନାଥଙ୍କୁ ଭେଟିବାକୁ ଚାହୁଁଥିବା ବେଳେ ତାଙ୍କ ସହିତ ଭେଟ ହୋଇପାରି ନଥିଲା । ନ୍ୟାୟ ନପାଇବାରୁ ସେ ଏଭଳି କରିଥିବା କଥା କହିଛନ୍ତି ।
ସେ ଆତ୍ମହତ୍ୟା ଉଦ୍ୟମ କରୁଥିବା ବେଳେ ପୋଲିସ ଘଟଣା ସ୍ଥଳରେ ପହଂଚି ତାଙ୍କୁ ଉଦ୍ଧାର କରିଥିଲା । ଉଦ୍ଧାର ପରେ ତାଙ୍କୁ ତୁରନ୍ତ ସିବଲ ମେଡିକାଲରେ ଭର୍ତ୍ତି କରାଯାଇଥିଲା । ସେଠାରେ ତାଙ୍କୁ ଅବସ୍ଥା ଗୁରୁତର ଥିବା କଥା କୁହାଯାଇଛି । ମେଡିକାଲରେ ଡିସିପି, ଆଡିସିନାଲ ଡିସିପି, ଇନସ୍ପେକଟର ତାଙ୍କୁ ଭେଟ କରିଥିବା ଜଣାପଡିଛି । ଅନ୍ୟପଟେ ଲଭ୍ ଜିହାଦ ଓ ଧର୍ମ ପରିବର୍ତ୍ତନ ଘଟଣାକୁ ନେଇ ଯୋଗୀ ସରକାର କଠୋର ମନୋଭାବ ପୋଷଣ କରିଛନ୍ତି ।