କମାଲ କଲେ ଚାଷୀ ପୁଅ: ଦେଶୀ ଜୁଗାଡରେ ତିଆରି କଲେ ଏମିତି ମେସିନ…

255

କନକ ବ୍ୟୁରୋ: ପ୍ରତିଭା ଯେଉଁଠି ଥାଉ ନା କାହିିଁକି ଦିନେ ନା ଦିନେ ସାମ୍ନାକୁ ଆସିବ । ଏମିତି କିଛି ହୋଇଛି ମଧ୍ୟପ୍ରେଦଶ କଟନୀ ଜିଲ୍ଲାର ସୁନୀଲ କୁଶବାହଙ୍କ ସହ । ଯିଏକି ନିଜ ଜ୍ଞାନ କୌଶଳ ବଳରେ ଦେଶୀ ପଦ୍ଧତିରେ ଏକ ବାୟୁ ପ୍ରଦୂଷଣ ରୋକିବା ପାଇଁ ଏକ ମେସିନ ତିଆରି କରିଛନ୍ତି । ଯେଉଁ ମେସିନକୁ ନେଇ ଏବେ ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚା ଲାଗି ରହିଛି ।

ସୁନୀଲ ପେଶାରେ ଜଣେ ମେକାନିକାଲ ଇଞ୍ଜିନୟର । ହେଲେ ତାଙ୍କ ବାପା ଜଣେ ଚାଷୀ । ଜଣେ ଚାଷୀ ପୁଅ ଏଭଳି କରାମତି ଏବେ ସମସ୍ତଙ୍କୁ ଚମକାଇ ଦେଇଛି । ସେପଟେ ଏହି ମେସିନ ଦ୍ୱାରା ୯୫ ପ୍ରତିଶତ ବାୟୁ ପ୍ରଦୂଷଣ କମ ହୋଇଯିବ ବୋଲି ସୁନୀଲ ନିଜେ ଦାବି କରିଛନ୍ତି ।

ସୁନୀଲଙ୍କ ଅନୁସାରେ ଏହି ମେସିନରେ ଦୂଷିତ ବାୟୁକୁ ଏକ ନ୍ୟାଚୁରାଲ ଗ୍ୟାସରେ ପରିଣତ କରାଯାଇପାରେ । ଏହି ମେସିନ ଦ୍ୱାରା ଅନେକ ଗମ୍ଭୀର ରୋଗରୁ ମଧ୍ୟ ମୁକ୍ତ ହୋଇପାରିବା । ଏହାସହ ଏହି ମେସିନ କିଛି ଘଣ୍ଟା ମଧ୍ୟରେ ୫ ଏକର ଜମିରୁ ପ୍ରଦୂଷଣକୁ ସଫା କରିଦେଇପାରେ । ଏହି ମେସିନରେ ୯ ପ୍ରକାରର ଫିଲ୍ଟ ଲାଗିଛି ।

ଏହି ମେସିନରେ ଅନଲାଇନ ନେଟୱର୍କିଂ ସିଷ୍ଟମ ଲାଗିଛି । ଯାହାଦ୍ୱାରା ମେସିନକୁ ଆପଣ କେଉଁଠାରେ ବି ଚାଲୁ କରି ପୁଣି ବନ୍ଦ କରିପାରିବେ । ଏହି ମେସିନ ମୋବାଇଲ ଓ କମ୍ପ୍ୟୁଟର ଦ୍ୱାରା ମଧ୍ୟ ଚାଲିପାରିବ ।