ଉତ୍ତରପ୍ରଦେଶରରୁ ଏକ ହୃଦୟ ବିଦାରକ ଘଟଣା ଏବେ ସାମ୍ନାକୁ ଆସିଛି । ମଣିଷ ଏତେ ତଳକୁ ଖସିଯାଇଛି ଯେ ମାନବତା ବୋଲି ଶବ୍ଦକୁ ହିଁ ଭୁଲିଯାଇଛି । ନିଜ ଜନ୍ମକଲା ମା’ର ଋଣକୁ ବି ଭୁଲି ଯାଉଛି । ଘଟଣାଟି ଘଟିଛି ଶାହଜାହାଁପୁର ଜିଲ୍ଲାରେ । ଏଠାରେ ଜଣେ ପୁଅ ତା ବୁଢୀ ମା’କୁ ଏକ କୋଠରୀରେ ବନ୍ଦ କରି ବାହାରକୁ ଚାଲିଗଲେ । କୋଠରୀ ଭିତରେ ଭୋକ ଉପାସରେ ପଡି ବୁଢୀମା’ ନିଜ ଜୀବନ ହାରିଲା । ତେବେ ଆପଣଙ୍କୁ କହିରଖୁଛୁ ପୁଅ ଜଣକ ରେଳବାଇର ଜଣେ ଉଚ୍ଚପଦସ୍ତ କର୍ମଚାରୀ । ସେ ବହୁ ସମୟରୁ ରେଳବାଇର ସରକାରୀ ଆବାସରେ ବୁଢୀ ମା’ ସହ ରହି ଆସୁଥିଲେ ।
ରବିବାର ଘରୁ ଦୁର୍ଗନ୍ଧ ଆସିବା ପରେ ପାଖାପାଖି ଲୋକ ପୋଲିସ୍ କୁ ଏନେଇ ଖବର ଦେଇଥିଲେ । ପୋଲିସ୍ ପହଚିଂବା ପରେ ଘରେ ତାଲା ଲାଗିଥିବା ଦେଖି ତାଲା ଭାଙ୍ଗି ଭିତରକୁ ପଶିଥିଲେ । କୋଠରୀରୁ ୮୦ ବର୍ଷୀୟ ବୃଦ୍ଧାଙ୍କ ଗଳିତ ଶବ ଜବତ ହୋଇଥିଲା । ତେବେ କର୍ମଚାରୀଙ୍କୁ ପଚରାଉଚରା କରିବା ପରେ ଜଣା ପଡିଥିଲା ଯେ ସଲୀଲ ନିଶା ଅଭ୍ୟାସରେ ପଡିଥିଲେ ଏବଂ ଅଫିସରେ ମଧ୍ୟ ଖୁବ୍ କମ୍ ସମୟ ରହୁଥିଲେ । ତେବେ ସେ ଘରକୁ ୬ ଦିନ ହେଲା ଆସିନଥିଲେ ଏବଂ ବାହାର ପଟୁ ତାଲା ଦେଇଥିବାରୁ ବୃଦ୍ଧାଙ୍କ ପାଟି ମଧ୍ୟ କାହାରିକୁ ଶୁଣାଯାଇନଥିଲା । ଭୋକ ଉପାସରେ ୬ ଦିନ ପଡି ପଡି ବୃଦ୍ଧାଙ୍କ ପ୍ରାଣବାୟୁ ଉଡିଯାଇଥିଲା ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2024/12/05/2024-12-05t085615664z-9834a11b-9015-4cfe-ae63-b20008d51374.jpg)
/kanak/media/post_attachments/wp-content/uploads/2018/12/indian-mother-620x366.jpg)
/kanak/media/post_attachments/wp-content/uploads/2018/12/96-year-old-kolkata-300x167.jpg)