ଭୁବନେଶ୍ୱର ଶୈଳଶ୍ରୀ ବିହାରରେ ଅଭାବନୀୟ ଘଟଣା : ହାଟକୁ ଯିବା ପାଇଁ ପୁଅକୁ ଟଙ୍କା ମାଗିବାରୁ ବାପାକୁ ପିଟିପିଟି ମାରିଦେଲା ପୁଅ ।

735

କନକ ବ୍ୟୁରୋ : ଭୁବନେଶ୍ୱରରେ ଏପରି ଏକ ଜଘନ୍ୟ ହତ୍ୟାକାଣ୍ଡ ଘଟିଛି, ଯାହା ଆପଣଙ୍କୁ ଚକିତ କରିଦେବ । ସାମାନ୍ୟ ଘଟଣାରୁ ବାପାକୁ ପିଟି ପିଟି ହତ୍ୟା କରିଛି ପୁଅ । କିଛି ଟଙ୍କା ପାଇଁ ଏହି ହତ୍ୟାକାଣ୍ଡ ଘଟିଥିବା ସୂଚନା ମିଳିଛି । ଏହି ହତ୍ୟାକାଣ୍ଡ ଘଟିଛି ଶୈଳଶ୍ରୀ ବିହାରର ସାହୁ ବସ୍ତିରେ ।

ଗତକାଲି ସନ୍ଧ୍ୟାରେ ପୁଅ କୁନା ସ୍ୱାଇଁକୁ, ବାପା ବିଜୟ ସ୍ୱାଇଁ ହାଟକୁ ଯିବା ପାଇଁ କିଛି ଟଙ୍କା ମାଗିଥିଲେ । ଏହାକୁ ନେଇ ବାପ-ପୁଅ ମଧ୍ୟରେ ବଚସା ହୋଇଥିଲା । ପରେ ଉତ୍ୟକ୍ତ ହୋଇ ବାପାକୁ ଠେଙ୍ଗାରେ ପିଟି ପିଟି ମାରି ଦେଇଥିଲା ପୁଅ । ଘଟଣାସ୍ଥଳରୁ ରକ୍ତଲଗା ଠେଙ୍ଗା ଜବତ କରିବା ସହ ଅଭିଯୁକ୍ତ କୁନା ସ୍ୱାଇଁକୁ ଗିରଫ କରିଛି ପୋଲିସ । ତେବେ ଶୈଳଶ୍ରୀ ବିହାର ସାହୁ କଲୋନୀରେ ଘଟିଥିବା ଏଭଳି ବର୍ବର ଘଟଣା ସମସ୍ତଙ୍କୁ ଚକିତ କରିଦେଇଛି ।