କନକ ବ୍ୟୁରୋ: ପୁଅର ଟାଙ୍ଗିଆ ଚୋଟରେ ମା’ର ମୃତ୍ୟୁ । ଦେବଗଡ଼ ରିଆମାଳ ଥାନା ଅନ୍ତର୍ଗତ କଛରାପଲ୍ଲୀ ଗାଁରେ ଏଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି । ସୁରେଶ କିଶାନ ନାମକ ୨୨ ବର୍ଷୀୟ ଯୁବକ ପାଟିତୁଣ୍ଡକୁ ନେଇ ନିଜ ମା’ କୁନ୍ତଳା କିଶାନଙ୍କୁ ହତ୍ୟା କରିଥିବା ଜଣାପଡିଛି । ବିଳମ୍ବିତ ରାତିରେ ଏହି ହତ୍ୟାକାଣ୍ଡ ଘଟିଥିବା ବେଳେ ସକାଳୁ ପୋଲିସ ଘଟଣା ସ୍ଥଳରେ ପହଞ୍ଚିି ଅଭିଯୁକ୍ତକୁ ଗିରଫ କରିଛି । ମୃତଦେହକୁ ଜବତ କରି ଅଧିକ ତଦନ୍ତ କରୁଛି ପୋଲିସ ।