କନକ ବ୍ୟୁରୋ: ପୋଲସରା କବିସୂର୍ଯ୍ୟନଗର ସାପ କାମୁଡ଼ିବା ମାମଲାରେ ସାମ୍ନାକୁ ଆସିଛି ନୂଆ ତଥ୍ୟ । ପତ୍ନୀ ଓ ଝିଅର ହତ୍ୟା ମାମଲାକୁ ପ୍ରତ୍ୟାହାର କରିବା ପାଇଁ ଶ୍ୱଶୁରଙ୍କୁ ୮ଲକ୍ଷ ଟଙ୍କା ଯାଜିଥିବା ସୂଚନା । ତଦନ୍ତ ବେଳେ କବିସୂର୍ଯ୍ୟନଗର ପୋଲିସ ହାତରେ କିଛି ଏଭଳି ତଥ୍ୟ ଲାଗିଛି । ଅଭିଯୁକ୍ତ ଗଣେଶ ନିଜ ପତ୍ନୀ ଓ ଝିଅକୁ ହତ୍ୟା କରିବା ପରେ ମାମଲାକୁ ଚପାଇବା ପାଇଁ ବିଭିନ୍ନ ପ୍ରୟାସ କରିଥିଲା । ମୃତ୍ୟୁର କିଛି ଦିନ ପରେ ଗଣେଶର ଶ୍ୱଶୁର ଖଲି ପାତ୍ର ଥାନାରେ ଅଭିଯୋଗ କରିଥିଲେ । ତେବେ ମାମଲାକୁ ଥାନାରୁ ହଟାଇବା ପାଇଁ ଶ୍ୱଶୁରକୁ ୮ଲକ୍ଷ ଟଙ୍କାର ପ୍ରଲୋଭନ ଦେଖାଇଥିବା ଜଣାପଡ଼ିଛି । ସାପ ଆକ୍ରମଣରେ ମୃତ୍ୟୁ ହେଲେ ୪ ଲକ୍ଷ ଟଙ୍କାର ସହାୟତା ମିଳିବ ବୋଲି ଶ୍ୱଶୁରଙ୍କୁ କହିଥିଲା ଗଣେଶ । ଏହିପରି ଭାବେ ଦୁଇଜଣଙ୍କ ମୃତ୍ୟୁ ହେଲେ ୮ଲକ୍ଷ ମିଳିବ ବୋଲି କହିିଥିଲା । ତେବେ ଏଥିପାଇଁ ତାଙ୍କୁ କିଏ ସହଯୋଗ କରୁଥିଲା, ତାକୁ ତଦନ୍ତ ପରିସରଭୁକ୍ତ କରିବା ପାଇଁ ଚେଷ୍ଟା ଜାରି ରଖିଛି ପୋଲିସ ।