ମା ବେକରେ ଛୁରୀ ଲଗାଇଥିବା ପୁଅକୁ ହୋଇଛି ସିଜୋଫେନିଆ ରୋଗ । ଏକ ମାସର ଔଷଧ ନେଇ ଫେରିଗଲେ ମା ଓ ପୁଅ । 

75,219
କନକ ବ୍ୟୁରୋ: ଗତକାଲି ବିଧାନସଭା ଆଗରେ ମାଆ ବେକରେ ଛୁରୀ ଲଗାଇଥିବା ପୁଅ, ସିଜୋଫେନିଆ ରୋଗରେ ପୀଡିତ । ତାଙ୍କୁ ଏକ ମାସର ଔଷଧ ଦେଇଛନ୍ତି ଡାକ୍ତର । କିନ୍ତୁ ପୁଅ ଜିତେନ୍ଦ୍ର ମାଆଙ୍କୁ ଭୁବନେଶ୍ୱର ଆଣି ବିଧାନସଭା ଆଗରେ ଏଭଳି ଏକ ପରିସ୍ଥିତି ସୃଷ୍ଟି କରିବା ପାଇଁ ଯୋଜନା କରିଥିବା ସନ୍ଦେହ କରାଯାଉଛି ।
ପୁଅ କରିଥିଲା ପ୍ଲାନ
ଅପରେସନ କହି ମାଆକୁ ଆଣିଥିଲା ଭୁବନେଶ୍ୱର
ଏମିତି ଏକ କାଣ୍ଡ ଭିଆଇବା ପାଇଁ ଯୋଜନା କରିଥିଲା ପୁଅ । ମାଆଙ୍କୁ ଭୁବନେଶ୍ୱର ଆଣିବା ପାଇଁ ସପ୍ତାହକ ପୂର୍ବରୁ ଘରେ କହିଥିଲା ତାର ଘା ପାଇଁ ଅପରେସନ ଦରକାର । ସେଥିପାଇଁ ମାକୁ ବି ଭୁବନେଶ୍ୱର ଯିବାକୁ ହେବ । ତା ପରେ ଗୁରବାର ସକାଳୁ ମାଙ୍କୁ ଭୁବନେଶ୍ୱର ଆଣିଥିଲା ।
କିନ୍ତୁ ଏଯାଏଁ ପୁରା ଘଟଣା ସ୍ପଷ୍ଟ ହୋଇପାରୁନାହିଁ, ଯେ ଏମିତି ମା ବେକରେ ଛୁରୀ କାହିଁକି ଲଗାଇଲା ପୁଅ । ଯାହା ଜଣାପଡୁଛି, ମାଙ୍କୁ ସେ ହତ୍ୟା କରିବାକୁ ଚାହିଁନଥିଲା । ନହେଲେ ଭୁବନେଶ୍ୱର ଆସିବା ବାଟରେ କିମ୍ବା  ଯେ କୌଣସି ସ୍ଥାନରେ ଏକୁଟିଆ ଦେଖି ହତ୍ୟା କରିପାରିଥାନ୍ତା । କିନ୍ତୁ ସେ ଏଭଳି ନକରି ବିଧାନସଭା ଆଗରେ, ଯେଉଁଠି ପୋଲିସ ଓ ମିଡିଆ କର୍ମଚାରୀଙ୍କ ଭିଡ ଥାଏ,ସେହି ସ୍ଥାନରେ ଏଭଳି ଡ୍ରାମା କରିବାକୁ ଯୋଜନା କରିଥିଲା । କିନ୍ତୁ ସେ ଯାହା ବି ହେଉ ପୋଲିସ ଅଧିକାରୀମାନେ ବଡ କୌଶଳରେ ଜିତେନ୍ଦ୍ର ହାତରୁ ଛୁରିକୁ ଛଡାଇ ନେଇଥିଲେ ।
ପୋଲିସ ଜିତେନ୍ଦ୍ରକୁ ଧରିବା ପରେ ମାନସିକ ଚିକିତ୍ସା ପାଇଁ କଟକ ହସ୍ପିଟାଲ ପଠାଇ ଦେଇଥିଲା । ଡାକ୍ତର କହିଛନ୍ତି ଜିତେନ୍ଦ୍ର ସିଜୋଫେନିଆ ରୋଗରେ ପିଡିତ । ସିଜୋଫେନିଆ ଏକ ମାନସିକ ରୋଗ ।ପୂର୍ବରୁ ମଧ୍ୟ ଏହି ରୋଗରେ ପିଡିତ ଥିବା ନେଇ ତାଙ୍କ ପରିବାର ଲୋକେ ଅବଗତ ଅଛନ୍ତି । ଡାକ୍ତର ତାଙ୍କୁ ଏକମାସର ଔଷଧ ଦେଇଛନ୍ତି । ହସ୍ପିଟାଲରେ ରଖିବା ପାଇଁ ମା ରାଜି ନହେବାରୁ ଉଭୟେ ଗାଁକୁ ଫେରି୍ଆସିଛନ୍ତି ।