ମାଆ ବେକରେ ଛୁରୀ ଲଗାଇ ବେକ କାଟିବାକୁ ଧମକ ଦେଲା ପୁଅ । ବିଧାନସଭା ଆଗରେ ହାଇ-ଭୋଲଟେଜ୍ ଡ୍ରାମା…

283
କନକ ବ୍ୟୁରୋ: ଦିନ ଦ୍ୱିପହରରେ ପ୍ରାୟ ୧୧ଟା ୫୦ରେ ଓଡିଶା ବିଧାନସଭା ଆଗରେ ଏହି ଘଟଣା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଦେଲା । ଜଣେ ଯୁବକ ନିଜ ମାଆଙ୍କ ବେକରେ ଛୁରି ଲଗାଇ ଦେଇଥିଲା । ଆଖପାଖ ଲୋକ, ବିଧାନସଭା ଯାଇଥିବା ମଡିଆ କର୍ମଚାରୀ ଓ ପୁଲିସ ବାଲା ସମସ୍ତେ ଦୌଡି ଆସିଲେ ।
https://youtu.be/RuBvtVIwaW8
ବାରମ୍ବାର ଯୁବକ ଜଣଙ୍କ  ଧମକ ଦେଉଥାଏ, କେହି ପାଖକୁ ଆସିଲେ ମାଆ ବେକରେ ଛୁରି ଚଳାଇ ଦେବ । ସେ କାହିଁକି ଏମିତି କରୁଛି, ସେନେଇ କିଛି ସ୍ପଷ୍ଟ କହୁନଥିଲା, କିନ୍ତୁ ବିଭିନ୍ନ ରାଜନେତା ଓ ରାଜନୈତିକ ପ୍ରସଙ୍ଗ ଉପରେ କଣ କଣ ସବୁ କହିଚାଲିଥିଲା ।
ଉପସ୍ଥିତ ବୁଦ୍ଧି ଖଟାଇ ମିଡିଆ କର୍ମଚାରୀମାନେ ତାକୁ ବିଭିନ୍ନ ପ୍ରଶ୍ନ ପଚାରି ବ୍ୟସ୍ତ ରଖିବାକୁ ଚେଷ୍ଟା କରୁଥିଲେ, ଏବଂ ଏପଟେ ପୁଲିସ କର୍ମଚାରୀମାନେ ତାକୁ କାବୁ କରିବା ପାଇଁ ଠିକ୍ ସୁଯୋଗକୁ ଅପେକ୍ଷା କରିଥିଲେ । ଆଉ ଠିକ୍ ସମୟରେ ଜଣେ ପୁଲିସ କର୍ମଚାରୀ, ଛୁରି ଧରିଥିବା ହାତକୁ କାବୁ କରିନେଇ ମାଆକୁ ଉଦ୍ଧାର କରିନେଲେ ।
ପୁରା ଘଟଣା ସମସ୍ତଙ୍କୁ  ଆଶ୍ଚର୍ଯ୍ୟ ଲାଗୁଥାଏ, ଯୁବକ ଜଣଙ୍କର ମାନସିକ ଅବସ୍ଥା ମଧ୍ୟ ଠିକ୍ ନଥିବା ଭଳି ମନେ ହେଉଥାଏ, କାରଣ ସେ ଯାହା କହୁଥିଲା, ସେଥିରେ ତାଳମେଳ ରହୁନଥିଲା । ନୟାଗଡର ଏହି ଜିତେନ୍ଦ୍ର ପାଳ ନିଜ ମାଆକୁ ଡାକ୍ତରଖାନା ନେବ କହି ବିଧାନସଭା ଆଗରେ ଏଭଳି ଦୃଶ୍ୟ ସୃଷ୍ଟି କରିଥିଲା
କିନ୍ତୁ ଯୁବକ ଜଣଙ୍କ କାହିଁକି ସଚିବାଳୟ ମାର୍ଗର ବିଧାନସଭା ସାମ୍ନା ସ୍ଥାନକୁ ବାଛିଲା, ତାହା କେହି ବୁଝି ପାରୁନାହାନ୍ତି । ବୋଧ ହୁଏ ସେ ଜାଣିଥିଲା ଏହି ସ୍ଥାନରେ ଏଭଳି କାମ କଲେ ମିଡିଆର ଦୃଷ୍ଟି ଆକର୍ଷଣ କରିପାରିବ । ଆଉ ସେ ଏହି ସୁଯୋଗରେ କିଛି ରାଜନେତାଙ୍କୁ ମଧ୍ୟ ଟାର୍ଗେଟ କରୁଥିଲା । ଯୁବକ ଜଣଙ୍କର ମାନସିକ ଅବସ୍ଥା ଠିକ୍ ନଥିବା ବିଚାର କରି ପୁଲିସ ତାକୁ ଚିକିତ୍ସା ପାଇଁ କଟକ ପଠାଇ ଦେଇଛି ।

Comments are closed.