ସମ୍ପତି ଆଗରେ ତୁଚ୍ଛ ହୋଇଗଲା ସମ୍ପର୍କ ! ସାମାନ୍ୟ କିଛି ଟଙ୍କା ପାଇଁ ବାପାର ଆଖି ତାଡିନେଲା ପୁଅ ।

Advertisment
ସମ୍ପତି ଆଗରେ ତୁଚ୍ଛ ହୋଇଗଲା ସମ୍ପର୍କ ! ସାମାନ୍ୟ କିଛି ଟଙ୍କା ପାଇଁ ବାପାର ଆଖି ତାଡିନେଲା ପୁଅ ।

ସମ୍ପତି ଲୋଭରେ ଭାଇ ଭାଇ ଭିତରେ ଏବଂ ବାପ ପୁଅ ମଧ୍ୟରେ ଲଢେଇ ହୋଇଥିବାର ଅନେକ ଘଟଣା ପୂର୍ବରୁ ଶୁଣିବାକୁ ପାଇଥିବେ । କିନ୍ତୁ ଏବେ ସମ୍ପତି ପାଇଁ ପୁଅ ବାପାଙ୍କ ସହ ଯାହା କରିଛି ତାହା ଶୁଣିଲେ ଆପଣମାନେ ଆଶ୍ଚର୍ଯ୍ୟ ହୋଇଯିବେ । ସଂପତ୍ତି ଲୋଭରେ କବଳିତ ହୋଇ ମଣିଷ ପଶୁତୁଲ୍ୟ ଆଚରଣ କରିବାକୁ ପଛାଏ ନାହିଁ। ଏଭଳି ଏକ ଘଟଣା ଘଟିଛି ବେଙ୍ଗାଲୁରୁରେ। ଜଣେ ୪୦ ବର୍ଷୀୟ ବ୍ୟକ୍ତି ନିଜ ବାପାଙ୍କ ଆଖିକୁ ହାତରେ ତାଡ଼ି ଦେଇଛି। ବୟସ୍କ ବାପା ତା’ନାମରେ ସଂପତ୍ତି ନ କରିବା ଫଳରେ ରାଗରେ ଏଭଳି କାଣ୍ଡ ଘଟାଇଛି ପୁଅ।

ଅଭିଯୁକ୍ତ ଅଭିଷେକ ଚେତନ୍ ବେଙ୍ଗାଲୁରୁର ଜେପି ନଗରରେ ଥିବା ଘରକୁ ନିଜ ନାମରେ କରାଇବା ଲାଗି ୬୫ ବର୍ଷୀୟ ବାପା ପରମେଶ୍ୱରଙ୍କ ଉପରେ ଚାପ ପକାଉଥିଲା। କିନ୍ତୁ ପରମେଶ୍ୱର ଏହି ଘରକୁ ଉଭୟ ପୁଅ ଓ ଝିଅକୁ ଭାଗ ଭାଗ କରି ଦେବାକୁ ଚାହୁଁଥିଲା। ଯେଉଁ କାରଣରୁ ବାପ ଉପରେ ଅସନ୍ତୁଷ୍ଟ ଥିଲା ଅଭିଷେକ।

ମଙ୍ଗଳବାର ଏଇ କଥାକୁ ନେଇ ଅଭିଷେକ ଓ ପରମେଶ୍ୱରଙ୍କ ଭିତରେ ପ୍ରବଳ ଯୁକ୍ତିତର୍କ ହୋଇଥିଲା। ଅଭିଷେକ ରାଗରେ ପାଗଳ ପ୍ରାୟ ହୋଇ ତା’ବାପାଙ୍କ ଉପରେ ଆକ୍ରମଣ କରିଥିଲା। ସେ ଅତ୍ୟନ୍ତ ନୃଶଂସ ଭାବେ ବାପାଙ୍କର ଗୋଟିଏ ଆଖି ତାଡ଼ି ପକାଇଥିଲା। ଏହାପରେ ରକ୍ତ ଜୁଡୁବୁଡୁ ଅବସ୍ଥାରେ ଛାଡ଼ି ପଳାଇଯାଇଥିଲା। ଏହାପରେ ପରମେଶ୍ୱରଙ୍କୁ ଏକ ଘରୋଇ ହସ୍ପିଟାଲରେ ଚିକିତ୍ସା ଲାଗି ଭର୍ତ୍ତି କରାଯାଇଥିଲେ । ଯଦିଓ ବର୍ତ୍ତମାନ ତାଙ୍କର ଅବସ୍ଥା ସ୍ଥିର ରହିଛି, କିନ୍ତୁ ଗୋଟିଏ ଆଖି ସେ ହରାଇଛନ୍ତି। ଘଟଣା ପରେ ପୁଲିସ ଅଭିଷେକକୁ ଗିରଫ କରିଛି। ପୁଲିସ୍ ସୂତ୍ରରୁ ଜଣାପଡ଼ିଛି କି ସେ ଜଣେ ଡ୍ରଗ୍ସ ସେବନକାରୀ ଓ ତା’ର ବିଶେଷ ରୋଜଗାର ନାହିଁ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe