ଖେଳୁ ଖେଳୁ ଚାଲିଗଲା ନାବାଳକର ଜୀବନ । ନଦୀ କୂଳରେ ମାଟି ଅତଡା ଖସି ପୋତି ହୋଇଗଲା ପୁଅ ।

458

କନକ ବ୍ୟୁରୋ:ଖେଳୁ ଖେଳୁ ଚାଲିଗଲା ନାବାଳକର ଜୀବନ । ମୟୂରଭଞ୍ଜ କପ୍ତିପଦା ଥାନା ବେଲଡିହା ନଦୀ କୂଳରେ ଘଟିଛି ଏଭଳି ଦୁର୍ଘଟଣା । ପଥରସାହି ଗାଁର ପ୍ରଶାନ୍ତ ନାୟକଙ୍କ ପୁଅ ପ୍ରକାଶ ନଦୀ କୂଳେ ଖେଳୁଥିବା ବେଳେ ମାଟି ଅତଡ଼ା ଧସିିବାରୁ ଏଥିରେ ଚାପି ହୋଇ ତାର ମୃତ୍ୟୁ ହୋଇଛି । ନାବାଳକ ମାଟି ତଳେ ଚାପି ହୋଇ ରହିଥିବା ଦେଖି ଅଗ୍ନିଶମ ବିଭାଗକୁ ସୂଚନା ଦେଇଥିଲେ ଅଞ୍ଚଳବାସୀ । ଅଗ୍ନିଶମ କର୍ମଚାରୀମାନେ ନାବାଳକକୁ ଉଦ୍ଧାର କରି ଉଦଳା ଡାକ୍ତରଖାନା ନେଇଥିଲେ । ତେବେ ସେଠାରେ ଡାକ୍ତର ପ୍ରକାଶକୁ ମୃତ ଘୋଷଣା କରିଥିଲେ । ନାବାଳକର ମୃତ୍ୟୁ ପରେ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି ।