କନକ ବ୍ୟୁରୋ: ପୁଅ ବୋହୂର କଳି ସହିନପାରି ବୃଦ୍ଧ ଦମ୍ପତି ଆତ୍ମହତ୍ୟା କରିଥିବା ଅଭିଯୋଗ । ବୁର୍ଲା ଥାନା ଗୋଶାଳା ଝାରମୁଣ୍ଡା ଗାଁର ଏକ ପଡିଆରେ ବୃଦ୍ଧ ଦମ୍ପତି ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଛି । ଦୁଇ ମୃତକ ହେଲେ ଟଙ୍କଧର ମହାକୁଡ ଏବଂ ତାଙ୍କ ପତ୍ନୀ ବୃନ୍ଦାବତୀ ମହାକୁଡ । ଘଟଣାସ୍ଥଳରେ ଟଙ୍କଧରଙ୍କର ମୃତ୍ୟୁ ହୋଇଥିବା ବେଳେ ବୃନ୍ଦାବତୀଙ୍କର ଆଜି ବୁର୍ଲା ମେଡିକାଲରେ ମୃତ୍ୟୁ ଘଟିଛି । ତେବେ ବୃଦ୍ଧ ଦମ୍ପତି ବିଷ ପିଇବାର ପ୍ରକୃତ କାରଣ ଜଣାପଡି ନାହିଁ । ଘଟଣାସ୍ଥଳରେ ପୁଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।
ପୁଅ ବୋହୂର କଳିର କରୁଣ ପରିଣତି । ଆତ୍ମହତ୍ୟା କଲେ ବୃଦ୍ଧ ଦମ୍ପତି ।
/kanak/media/post_attachments/wp-content/uploads/2021/11/4-7.jpg)
Advertisment
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/05/31/2025-05-31t055911608z-1001121283.png)