କନକ ବ୍ୟୁରୋ: ଅନୁଗୁଳ ବନ୍ତଳା ଥାନା ଅଞ୍ଚଳରେ ହତ୍ୟାକାଣ୍ଡ । ଟଙ୍କା ପାଇଁ ବାପାକୁ ଠେଙ୍ଗାରେ ପିଟି ପିଟି ମାରିଦେଲା ପୁଅ । ତଳଗଡ଼ ଗାଁରୁ ସାମ୍ନାକୁ ଆସିଛି ନୃଶଂସ ପୁଅର ଏଭଳି ବର୍ବରକାଣ୍ଡ । ମୃତକ ହେଲେ ବିପ୍ରବର ଭୋଇ । ହତ୍ୟାକାଣ୍ଡ ପରେ ଫେରାର ହୋଇଯାଇଛି ଅଭିଯୁକ୍ତ ବଳରାମ । ଦୀର୍ଘଦିନ ହେବ ଟଙ୍କାକୁ କେନ୍ଦ୍ର କରି ବି-ପ୍ରବର ଓ ବଳରାମଙ୍କ ମଧ୍ୟରେ ଗଣ୍ଡଗୋଳ ଚାଲିଥିବା ବେଳେ ବାପାକୁ ହତ୍ୟା କରିଛି ପୁଅ । ବନ୍ତଳା ଥାନା ପୋଲିସ ଘଟଣାସ୍ଥଳରେ ପହଞ୍ଚିି ତଦନ୍ତ ଆରମ୍ଭ କରିଛି ।
ଟଙ୍କା ପାଇଁ ବାପକୁ ପିଟି ପିଟି ହତ୍ୟା କଲା ପୁଅ । ଅନୁଗୁଳ ବନ୍ତଳା ଥାନା ତଳଗଡ଼ ଗାଁରେ ନୃଶଂସ ପୁଅର ବର୍ବରକାଣ୍ଡ ।
/kanak/media/post_attachments/wp-content/uploads/2024/03/murder.jpg)
Advertisment
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/12/17/2025-12-17t075448932z-whatsapp-image-2025-12-17-at-12423-pm-2025-12-17-13-24-48.jpeg)