ଏମିତି ପୁଅକୁ ଛି ! ଜନ୍ମକଲା ମାଆକୁ ଘୋଷାଡ଼ି ଘୋଷାଡ଼ି ଗୋଇଠା ମାରିଲା ନୃଶଂସ ପୁଅ, ସୋସିଆଲ ମିଡ଼ିଆରେ ଭାଇରାଲ ହେଲା ଭିଡ଼ିଓ

Advertisment
ଏମିତି ପୁଅକୁ ଛି ! ଜନ୍ମକଲା ମାଆକୁ ଘୋଷାଡ଼ି ଘୋଷାଡ଼ି ଗୋଇଠା ମାରିଲା ନୃଶଂସ ପୁଅ, ସୋସିଆଲ ମିଡ଼ିଆରେ ଭାଇରାଲ ହେଲା ଭିଡ଼ିଓ

‘ଜନନୀ ଜନ୍ମଭୂମିଶ୍ଚ ସ୍ୱର୍ଗାଦପି ଗରିୟସୀ’। ଯେଉଁ ସଂସ୍କୃତିରେ ମାଆକୁ ସ୍ୱର୍ଗଠାରୁ ବି ଉଚ୍ଚ ବୋଲି ବିବେଚନା କରାଯାଏ ସେହି ମାଟିରେ ଜଣେ ପୁଅ ନିଜର ଜନ୍ମକଲା ମାଆକୁ ଗୋଇଠା ମାରୁଥିବା କଥା ସଂସ୍କୃତିକୁ ପରିହାସ କରୁଛି। ନିକଟରେ ସୋସିଆଲ୍ ମିଡିଆରେ ଘୂରି ବୁଲୁଥିବା ଏକ ଭିଡିଓଟିକୁ ଆପଣ ଦେଖି ଥିବେ ହୁଏତ। ଭିଡିଓଟିରେ ଦେଖିବାକୁ ମିଳୁଛି ଯେ ଜଣେ ବୃଦ୍ଧାଙ୍କୁ ତାଙ୍କର ମଧ୍ୟ ବୟସ୍କ ପୁଅ ଗୋଇଠା ଉପରେ ଗୋଇଠା ମାରି ଚାଲିଛନ୍ତି।

ଏହି ଭିଡିଓରେ ଦୃଶ୍ୟମାନ ହେଉଥିବା ବୁଢ଼ୀ ମାଆ ଏବଂ ଉକ୍ତ ନୃଶଂସ ପୁତ୍ରର ପରିଚୟ ଠିକ୍ ଭାବେ ଏଯାବତ୍ ହସ୍ତଗତ ହୋଇନାହିଁ। ତଥାପି ଭିଡିଓରେ ଶୁଭୁଥିବା କଥୋପଥନର ଭାଷାରୁ ଅନୁମାନ ଲଗା ଲାଇଛି ଯେ ଏହି ଲଜ୍ଜାକର ଦୃଶ୍ୟଟି ଆମ ରାଜ୍ୟ ଓଡ଼ିଶାର।କୌଣସି ପାରିବାରିକ କଳହରୁ ମାଆ ପୁଅଙ୍କ ମଧ୍ୟରେ ମନାନ୍ତର ହୋଇଥିବା ସ୍ପଷ୍ଟ ଦେଖିବାକୁ ମିଳିଛି ଭିଡିଓଟିରେ। ସେଥିରେ ବୃଦ୍ଧା ଜଣକ ନିଜ ପୁଅ ଉପରେ କୁଭାଷା ପ୍ରୟୋଗ କରୁଥିବାର ଦେଖିବାକୁ ମିଳୁଛି। ବୃଦ୍ଧାଙ୍କର ପୁତ୍ର ଅତିଶୟ ହୋଇ ନିଜ ଉପରୁ ଆୟତ୍ତ ହରାଇ ନିଜ ଜନ୍ମକଲା ମାଆ ସହ ଏପରି ଘୃଣ୍ୟ ଆଚରଣ କରୁଥିବା ଏହି ଭିଡିଓଟି ଏବେ ଚାରିଆଡ଼େ ଖେଳି ଯାଇଛି।

ନିକଟରେ ଜଣେ ବୋହୂ ତାଙ୍କ ଶାଶୂଙ୍କୁ ଏକ କାଠ ଫାଳିଆରେ ପିଟୁଥିବାର ଦୃଶ୍ୟ ଆପଣ ଗଣମାଧ୍ୟମରେ ଦେଖିଥିବେ ନିଶ୍ଚୟ। ଏଭଳି ଘଟଣା ରାଜ୍ୟରେ ପ୍ରଥମ ନୁହେଁ। ପାରିବାରିକ କଳହକୁ ନେଇ ନିଜ ବାପାମାଆଙ୍କ ପ୍ରତି ପଶୁ ପରି ଆଚରଣ ଆପଣଉ ଥିବା ବ୍ୟକ୍ତିଙ୍କ ସଂଖ୍ୟା ଦିନକୁ ଦିନ ବଢ଼ିବାରେ ଲାଗିଛି। ସାମାଜିକ ସଚେତନତା ଦ୍ୱାରା ଏପରି ଘୃଣ୍ୟ କାଣ୍ଡ ଉପରେ କିଛି ମାତ୍ରାରେ ଅଙ୍କୁଶ ଲଗାଯାଇ ପାରିବ ବୋଲି ଆଶା ରଖାଯାଉଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe