କନକ ବ୍ୟୁରୋ: ପାରିବାରିକ କଳହର ଚରମ ପରିଣତି । ଦୁଇ ଭଉଣୀ ଓ ମାଆଙ୍କୁ ଗଛରେ ବାନ୍ଧି ମାଡ ମାରିଲେ ଦୁଇ ଭାଇ । ଖବର ପାଇଁ ତିନି ଜଣଙ୍କୁ ଗଛରେ ବନ୍ଧା ହୋଇଥିବା ଅବସ୍ଥାରେ ଉଦ୍ଧାର କଲା ପୋଲିସ । ଏପରି ଏକ ଅଭାବନୀୟ ଘଟଣା ଘଟିଛି ପାରାଦୀପ କୁଜଙ୍ଗ ଥାନା ଅନ୍ତର୍ଗତ ହସିଣା ଗାଁରେ । ପୋଲିସ ଏହି ଘଟଣାରେ ଦୁଇଭାଇଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି ।
ସୂଚନା ଅନୁସାରେ ଦୀର୍ଘ ଦିନରୁ ରହିଥିଲା ପାରିବାରିକ କଳହ । ଏହା ଭିତରେ ସାନଭାଇ ପାଇଖାନା ତିଆରି କରୁଥିବା ବେଳେ ଏହି କାମ ବନ୍ଦ କରିବାକୁ ଦୁଇ ଉଭଣୀ ଓ ମାଆ ଦାବି କରିବା ପରେ ଏପରି କାଣ୍ଡ ଘଟିଥିଲା । ପୁରା ଘଟଣା ପଛରେ ପାରିବାରିକ କଳହ ବୋଲି କହିଛନ୍ତି ପଡୋଶୀ । ପୋଲିସ ଏହି ଘଟଣାରେ ତନାଘନା କରୁଛି । ଥାନାରେ ଦୁଇ ଭାଇ ନିଜର ଦୋଷ ସ୍ୱୀକାର କରିଛନ୍ତି । ସେପଟେ ଗଛରେ ମାଆ ଓ ଦୁଇ ଭଉଣୀକୁ ବାନ୍ଧି ମାଡ ମାରିବାର ଫଟୋ ଭାଇରାଲ ହୋଇଛି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2020/01/1-11.jpg)