ବାସ୍ ବାପାଙ୍କୁ ରୋଗ ହୋଇଥିଲା ବୋଲି… ! ବୁଢା ବାପାକୁ ଗଛରେ ବାନ୍ଧି ନିର୍ଦ୍ଧୁମ ପିଟିଲା କଳିଯୁଗର ରାକ୍ଷସ ପୁଅ

54

ପୁଅ ଜନ୍ମ କରିବା କଣ ପାପ । ପୁଅ ଜନ୍ମ କଲେ କଣ ମାଡ ଖାଇବାକୁ ପଡେ । ଏକଥା କହିବାର ତାତ୍ପର୍ଯ୍ୟ ହେଉଛି, ଏବେ ପ୍ରତିଦିନ ବୃଦ୍ଧ ବାପା ଓ ମା’ଙ୍କ ଉପରେ ଯେଉଁଭଳି ଅତ୍ୟାଚାର କଳିଯୁଗ ପୁଅମାନେ କରୁଛନ୍ତି ତାହା ଉପରୋକ୍ତ ବାକ୍ୟ ସହ ସମ୍ପୂର୍ଣ୍ଣ ଭାବେ ମେଳ ଖାଉଛି । ଦିନକୁ ଦିନ ମରିଯାଉଛି ମଣିଷପଣିଆ । କେଉଁଠି ଟଙ୍କା ପାଇଁ ପୁଅ ମା’କୁ ମାଡ ମାରୁଛି ତ ପୁଣି କେଉଁଠି ବାପା ରୋଗରେ ପଡିଲେ ଗୋଡରେ ଆଡେଇ ଦେଉଛି ପୁଅ । ସବୁଠୁ ବଡ କଥା ହେଲା ଭାରତରେ ଏହିଭଳି ଘଟଣା ଦେଖିବାକୁ ମିଳୁଛି । ଆଉ ଏହାର ଝଲକ ପୁଣିଥରେ ଉତ୍ତର ପ୍ରଦେଶରେ ଦେଖିବାକୁ ମିଳିଛି । ଯାହା ସଭ୍ୟ ଶିକ୍ଷିତ ମାନବ ସମାଜର ମୁଣ୍ଡକୁ ତଳକୁ ନୁଆଁଇ ଦେଇଛି ।

ବୁଢା ରୋଗୀ ବାପାକୁ ମାଡ ମାରିଛି ପୁଅ । ତେବେ ମାଡ ମାରିବା ପଛରେ କାରଣ ଧନ ସମ୍ପତି ନୁହେଁ ବରଂ ବୁଢା ବାପାର ହୋଇଥିବା ରୋଗ । ଆଉ ଏହି ରୋଗ ପାଇଁ ପୁଅ ଭୁଲିଯାଇଛି ବାପାଙ୍କ ଭଲପାଇବା, ସ୍ନେହ ଓ ଶ୍ରଦ୍ଧା । ଏପରିକି ନିଜ ବାପାଙ୍କ ରୋଗକୁ ନେଇ ଚିନ୍ତିତ ଥିବା ପୁଅ ଗଛରେ ବାନ୍ଧି ପିଟିବାକୁ ମଧ୍ୟ ପଛାଇନାହିଁ । ଆଉ ଏହି ପୂରା ଘଟଣାବଳୀର ଭିଡ଼ିଓ ଜଣେ ବ୍ୟକ୍ତି ସୋସିଆଲ ମିଡିଆରେ ଭାଇରାଲ କରିଛନ୍ତି । ଭିଡ଼ିଓ ଅନୁଯାୟୀ, ରାକ୍ଷସ ପୁଅ ସାନ ଭାଇର ଉପସ୍ଥିତିରେ ବୁଢା ବାପାକୁ ଗଛରେ ବାନ୍ଧି ପିଟୁଥିଲା । ବୁଢା ବାପାର ଏତିକି ଭୁଲ ଥିଲା ଯେ, ସେ ପୁଣିଥରେ ଘରକୁ ଫେରିଥିଲା । ଆଉ ଯାହାର ପରିଣାମ ସ୍ୱରୂପ ତାଙ୍କୁ ପୁଅ ଠାରୁ ମାଡ ଖାଇବାକୁ ପଡିଥିଲା ।

ସୂଚନା ଅନୁଯାୟୀ, ଭିଡ଼ିଓରେ ମାଡ ଖାଉଥିବା ବୃଦ୍ଧ ବାପା ଜଣକ ହେଉଛନ୍ତି ନୁରଲ ଇସଲାମ । ନାକାଟୋଲାରେ ରହୁଥିବା ଏହି ବୃଦ୍ଧ ଜଣଙ୍କର ମାନସିକ ଭାରସ୍ୟମ ଠିକ୍ ନଥିଲା । ଯେଉଁ କାରଣରୁ ଦୁଇ ପୁଅ ରହିମ ଓ ମୋନୁ ଚାରିବର୍ଷ ପୂର୍ବେ ତାଙ୍କୁ ଘରୁ ବାହାର କରି ଦେଇଥିଲେ । କିନ୍ତୁ ନୁରୁଲ ମଝିରେ ମଝିରେ ଘରକୁ ଫେରି ଆସୁଥିଲେ । କିନ୍ତୁ ଯେତେବେଳେ ସୋମବାର ଦିନ ନୁରୁଲ ଘରକୁ ଫେରିଥିଲେ ସେତେବେଳେ ବଡ ପୁଅ ମୋନୁ ବାପାଙ୍କୁ ଗାଳି ଦେବା ସହ ଘରୁ ବାହାର କରିବା ପାଇଁ ଚେଷ୍ଟା କରିଥିଲା । କିନ୍ତୁ ଘରୁ ଯିବାକୁ ଚାହୁଁନଥିବା ନୁରଲ ପାଖରେ ପଡିଥିବା ଇଟା ଉଠାଇ ବଡ ପୁଅ ଉପରକୁ ପକାଇଥିଲା । ବାସ ଏତିକିରେ ପୁଅ ଭୁଲିଯାଇଥିଲା ସବୁକିଛି । ପାଖରେ ଥିବା ଗଛରେ ବାପାଙ୍କୁ ବାନ୍ଧି ନିର୍ଦ୍ଧୁମ ମାଡ ମାରିଥିଲା । ଏପରିକି ଗୋଇଠା, ଲାତ ମାଡ ମାରିବା ପରେ ବୁଢା ବାପାକୁ ଦଉଡିରେ ବାନ୍ଧି ଟାଣି ଟାଣି ନେଇଥିଲା । ଆଉ ଏଭଳି ଘଟଣା ବାପା- ପୁଅ ମଧ୍ୟରେ ଥିବା ପବିତ୍ର ସର୍ମ୍ପକରେ ଏକ କଳଙ୍କିତ ଅଧ୍ୟାୟ ସୃଷ୍ଟି କରିଛି ।

ପୂର୍ବରୁ ଦିଲ୍ଲୀରେ ମଧ୍ୟ ଠିକ୍ ଏହିଭଳି ଘଟଣା ଦେଖିବାକୁ ମିଳିଥିଲା । ଯେଉଁଠି ସମ୍ପତି ପାଇଁ ବୃଦ୍ଧା ମା’କୁ ମାଡ ମାରିବାକୁ ପଛାଇ ନଥିଲା ପୁଅ । ଏପରିକି ପ୍ରେସରକୁକରରେ ମା’ର ମୁଣ୍ଡ ଫଟାଇବା ସହ ଆଙ୍ଗୁଳିକୁ ମଧ୍ୟ କାମୁଡି ପକାଇଥିଲା ।