ବିଧାନସଭା ସମ୍ମୁଖରେ ଯୁବକଙ୍କ ଉନ୍ମତ୍ତକାଣ୍ଡ । ମାଆ ବେକରେ ଛୁରୀ ଲଗାଇଲା ପୁଅ, ମାରିଦେବାକୁ ଦେଲା ଧମକ । ବହୁ କଷ୍ଟରେ ପୋଲିସ କଲା କାବୁ ।

268

କନକ ବ୍ୟୁରୋ : ବିଧାନସଭା ସାମ୍ନାରେ ମାଆ ବେକରେ ଛୁରୀ ଲଗାଇଲା ପୁଅ । ବିଧାନସଭା ଚାଲିଥିବା ବେଳେ ମାଆ ବେକରେ ଛୁରୀ ଲଗାଇ ମାରିଦେବାକୁ ଉଦ୍ୟମ କରିଲା ପୁଅ । ଦୀର୍ଘ ସମୟ ଧରି ହାଇଡ୍ରାମା ଚାଲିବା ପରେ ପୁଅଙ୍କୁ କାବୁ କରିବା ସହ ମାଆଙ୍କୁ ଉଦ୍ଧାର କରିଛି ପୋଲିସ । ତେବେ ଯୁବକ ଜଣକ କାହିଁକି ଏଭଳି କରିଛନ୍ତି ତାହା ଏଯାଏଁ ସ୍ପଷ୍ଟ ହୋଇନାହିଁ ।

ମିଳିଥିବା ସୂଚନା ମୁତାବକ, ଯୁବକ ଜଣକ ନୟାଗଡର ଜିତେନ୍ଦ୍ର ପାଳ ବୋଲି ଜଣାପଡିଛି । ଯୁବକ ଜଣକ ନିଜ ମାଆଙ୍କୁ ମେଡିକାଲ ଦେଖାଇବାକୁ ଆଣିଥିଲେ । ତେବେ ଆଜି ବିଧାନସଭା ଚାଲିଥିବା ବେଳେ ଗେଟ୍ ସାମ୍ନାରେ ନିଜ ମାଆଙ୍କ ବେକରେ ଛୁରୀ ଲଗାଇ ମାରିାଦବାକୁ ଉଦ୍ୟମ କରିଥିଲେ । ଏପରିକି କିଛି ନେତା ମନ୍ତ୍ରୀଙ୍କ ନାଁ ନେଇ ଗାଳି ଦେଉଥିବାର ଦେଖିବାକୁ ମିଳିଥିଲା । ଆଉ ଯୁବକଙ୍କ ଏହି ହାଇଡ୍ରାମା ବିଧାନସଭା ସମ୍ମୁଖରେ ବେଶ କିଛି ସମୟ ପାଇଁ ଅପ୍ରୀତିକର ପରିସ୍ଥିତି ସୃଷ୍ଟି କରିଥିଲା । ତେବେ ମାଆଙ୍କୁ ଆକ୍ରମଣ ପଛରେ କଣ କାରଣ ରହିଛି ସେନେଇ କୌଣସି ସ୍ପଷ୍ଟ ସୂଚନା ମିଳିନାହିଁ ।

Comments are closed.