କନକ ବ୍ୟୁରୋ : ବିଧାନସଭା ସାମ୍ନାରେ ମାଆ ବେକରେ ଛୁରୀ ଲଗାଇଲା ପୁଅ । ବିଧାନସଭା ଚାଲିଥିବା ବେଳେ ମାଆ ବେକରେ ଛୁରୀ ଲଗାଇ ମାରିଦେବାକୁ ଉଦ୍ୟମ କରିଲା ପୁଅ । ଦୀର୍ଘ ସମୟ ଧରି ହାଇଡ୍ରାମା ଚାଲିବା ପରେ ପୁଅଙ୍କୁ କାବୁ କରିବା ସହ ମାଆଙ୍କୁ ଉଦ୍ଧାର କରିଛି ପୋଲିସ । ତେବେ ଯୁବକ ଜଣକ କାହିଁକି ଏଭଳି କରିଛନ୍ତି ତାହା ଏଯାଏଁ ସ୍ପଷ୍ଟ ହୋଇନାହିଁ ।
ମିଳିଥିବା ସୂଚନା ମୁତାବକ, ଯୁବକ ଜଣକ ନୟାଗଡର ଜିତେନ୍ଦ୍ର ପାଳ ବୋଲି ଜଣାପଡିଛି । ଯୁବକ ଜଣକ ନିଜ ମାଆଙ୍କୁ ମେଡିକାଲ ଦେଖାଇବାକୁ ଆଣିଥିଲେ । ତେବେ ଆଜି ବିଧାନସଭା ଚାଲିଥିବା ବେଳେ ଗେଟ୍ ସାମ୍ନାରେ ନିଜ ମାଆଙ୍କ ବେକରେ ଛୁରୀ ଲଗାଇ ମାରିାଦବାକୁ ଉଦ୍ୟମ କରିଥିଲେ । ଏପରିକି କିଛି ନେତା ମନ୍ତ୍ରୀଙ୍କ ନାଁ ନେଇ ଗାଳି ଦେଉଥିବାର ଦେଖିବାକୁ ମିଳିଥିଲା । ଆଉ ଯୁବକଙ୍କ ଏହି ହାଇଡ୍ରାମା ବିଧାନସଭା ସମ୍ମୁଖରେ ବେଶ କିଛି ସମୟ ପାଇଁ ଅପ୍ରୀତିକର ପରିସ୍ଥିତି ସୃଷ୍ଟି କରିଥିଲା । ତେବେ ମାଆଙ୍କୁ ଆକ୍ରମଣ ପଛରେ କଣ କାରଣ ରହିଛି ସେନେଇ କୌଣସି ସ୍ପଷ୍ଟ ସୂଚନା ମିଳିନାହିଁ ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2020/10/16.jpg)