କନକ ବ୍ୟୁରୋ : ବାପାଙ୍କ ପକେଟରୁ ୫ହଜାର ଟଙ୍କା ଚୋରି କରି ଗିରଫ ହେଲା ପୁଅ । ଏଭଳି ଘଟଣା ଜୟପୁର ସହରରୁ ଆସିଛି । ପୁଅକୁ ଭଲବାଟକୁ ଆଣିବା ପାଇଁ ବାପା ଏଭଳି ପଦକ୍ଷେପ ନେଇଥିବା ଜଣାପଡିଛି ।
ସୂଚନା ଅନୁସାରେ ଗଙ୍ଗାନଗର ସାହିର ମହମଦ ଇସାକ ଏକ ରାସନ ଦୋକନ କରି ପରିବାର ଚଳାନ୍ତି । ତେବେ ୨୪ ବର୍ଷିୟ ପୁଅକୁ ପାଠ ପଢାଇ ଉଚ୍ଚ ଶିକ୍ଷିତ କରିବା ପରେ ବି ଭଲ ବାଟରେ ନଯିବାରୁ ବାପା ବାଧ୍ୟହୋଇ ଥାନାରେ ଅଭିଯୋଗ କରିଥିଲେ । ଏଥିପାଇଁ ପୁଅକୁ ଗିରଫ କରିଛି ପୋଲିସ । ପୁଅଟି ସାଙ୍ଗସାଥୀରେ ପଡ଼ି ଖରାପ ରାସ୍ତାରେ ଯାଉଥିବା ବେଳେ ବାପାଙ୍କ ପକେଟରୁ ୫ହଜାର ଟଙ୍କା ଚୋରି କରିଥିଲେ ।
ଚୋରି ଘଟଣାକୁ ସହିନପାରି ଜୟପୁର ଥାନାରେ ଅଭିଯୋଗ କରିଥିଲେ ବାପା । ଥାନା ଅଧିକାରୀ ଇସାକଙ୍କ ପୁଅ ଇରଫାନଙ୍କୁ ଗିରଫ କରିଛନ୍ତି । ଜେଲ ଭିତରେ ପୁଅ ଗୁଣରେ ସୁଧାର ଆସିବ ବୋଲି ସେ ଆଶା ରଖିଛନ୍ତି ।