କନକ ବ୍ୟୁରୋ : କଟକ ଏସସିବି ମେଡିକାଲ କଲେଜରେ ମୃତ୍ୟୁ ସହ ସଂଗ୍ରାମ କରୁଥିବା ଚାଷୀଙ୍କୁ ଭେଟିଲେ ଆମ ଓଡିଶା ଅଧ୍ୟକ୍ଷ । ହସ୍ପିଟାଲରେ ପହଂଚି ଆତ୍ମହତ୍ୟା ଉଦ୍ୟମ କରିଥିବା ଚାଷୀଙ୍କ ସ୍ୱାସ୍ଥ୍ୟବସ୍ଥା ପଚାରି ବୁଝିଛନ୍ତି ଆମ ଓଡିଶା ଅଧ୍ୟକ୍ଷ ସୌମ୍ୟ ରଞ୍ଜନ ପଟ୍ଟନାୟକ । ଯାଜପୁର ଜିଲ୍ଲା ନିତ୍ୟାନନ୍ଦପୁରର ଯୁବ ଚାଷୀ କଳିଙ୍ଗ କୁମାର ଘଡାଇ ବିଷ ପିଇ ଆତ୍ମହତ୍ୟା ଉଦ୍ୟମ କରିଥିଲେ ।
ଋଣ କରି ଚାଷ କରିଥିବା ବେଳେ ଅଭାବି ବିକ୍ରିର ଶିକାର ହେବା ପରେ ମାନସିକ ଚାପରେ ଥିଲେ କଳିଙ୍ଗ । ହାତ ଉଧାରି ଆଣିଥିବା ପ୍ରାୟ ୨ ଲକ୍ଷ ଟଙ୍କା କିପରି ଶୁଝିବେ ସେହି ଚିନ୍ତାରେ ଥିଲେ । ଆଉ ଶେଷରେ ଆତ୍ମହତ୍ୟା ଭଳି ଚରମ ପଦକ୍ଷେପ ବାଛିନେଇଥିଲେ ଏହି ୨୮ ବର୍ଷୀୟ ଚାଷୀ । ତାଙ୍କୁ ଗୁରୁତର ଅବସ୍ଥାରେ ପ୍ରଥମେ ଯାଜପୁର ମେଡିକାଲ ଓ ପରେ କଟକ ଏସସିବି ମେଡିକାଲ କଲେଜରେ ଭର୍ତି କରାଯାଇଥିଲା ।
----
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2017/03/Screen-shot-2017-03-17-at-10.09.57-PM.png)