କପିଲ ଶର୍ମାଙ୍କ ସଂଘର୍ଷର କାହାଣୀ । କେମିତି ହେଲେ ସାଧାରଣ କପିଲରୁ ‘କମେଡି କିଙ୍ଗ’? ବାପାଙ୍କ ମୃତ୍ୟୁ ବଦଳାଇ ଦେଇଥିଲା ଜୀବନ

322
କନକ ବ୍ୟୁରୋ : କମେଡିର ଅନ୍ୟ ନାମ କପିଲ ଶର୍ମା । କମେଡି କିଙ୍ଗ କୁହନ୍ତୁ କିମ୍ବା ଲୋକଙ୍କୁ ହସେଇବାର ଏକ ମାଧ୍ୟମ ବୋଲି କୁହନ୍ତୁ… କପିଲ ସର୍ମା ସବୁଥିରେ ଫିଟ୍ ହୋଇଯାଆନ୍ତି । ତାଙ୍କର କଳା ତାଙ୍କୁ ବିଶ୍ୱରେ କ୍ଷାତି ଲାଭ କରାଇଛି । କିନ୍ତୁ ଆପଣ ଜାଣିଛନ୍ତି କି, ଗୋଟିଏ ପରେ ଗୋଟିଏ ସଫଳତାର ପାହତ ଚଢିବା ପାଇଁ କପିଲଙ୍କୁ କେତେ ସଂଘର୍ଷ କରିବାକୁ ପଡିଛି ? ଘର ଚଳେଇବା ପାଇଁ ଟଙ୍କା ନଥିବା ବେଳେ ସେ କେମିତି ନିଜକୁ କମେଡି କିଙ୍ଗ ବନାଇ ପାରିଛନ୍ତି? ଆସନ୍ତୁ ଜାଣିବା କପିଲଙ୍କ ପରଦା ପଛର କାହାଣୀ…
ବାପାଙ୍କ ମୃତ୍ୟୁ ବଦଳାଇଦେଲା ଜୀବନ 
କମେଡି କିଙ୍ଗ ବନିବା ପୂର୍ବରୁ କପିଲଙ୍କ ଜୀବନ ବହୁ ସଂଘର୍ଷମୟ ଥିଲା । ଏହା ବ୍ୟତିତ ଭାଗ୍ୟ ବି ତାଙ୍କ ସହ ଅନେକ ଖେଳ ଖେଳିଛି । ଯେଉଁ ବୟସରେ ପିଲାମାନେ ଖେଳିବା ବୁଲିବାରେ ସମୟ ବିତାଇଥାନ୍ତି, ସେ ବୟସରେ କପିଲ ପରିବାର ଚଳେଇବା ପାଇଁ କାମ କରିବା ଆରମ୍ଭ କରିଦେଇଥିଲେ । ୨୦୦୪ରେ କ୍ୟାନସରେ ତାଙ୍କ ବାପାଙ୍କ ମୃତ୍ୟୁ ହୋଇଯାଇଥିଲା । କପିଲଙ୍କ ବାପା ପଞ୍ଜାବ ପୁଲିସରେ ସବ-ଇନସ୍ପକ୍ଟର ଥିଲେ । ପିତାଙ୍କ ମୃତ୍ୟୁ ପରେ କପିଙ୍କୁ ପୋଲିସରେ ଭର୍ତ୍ତି ହୋବା ପାଇଁ ସୁଯୋଗ ଦିଆଯାଇଥିଲା । କିନ୍ତୁ ତାଙ୍କର ସ୍ୱପ୍ନ ଥିଲା କିଛି ଅଲଗା…
ଫୋନ ବୁଥରେ କରିଥିଲେ ଚାକିରି…
ପୋଲିସ ଚାକିରି ଛାଡିବା ପରେ କପିଲ ଏକ ଫୋନ ବୁଥରେ କାମ ଆରମ୍ଭ କଲେ, କିଛି ଟଙ୍କା ରୋଜଗାର କରି ପରିବାରର ଭରଣ ପୋଷଣତ କରିନେଲେ, କିନ୍ତୁ… ତାଙ୍କର ଥିବା ସ୍ୱପ୍ନ ଆଗକୁ ବଢିପାରୁନଥିଲା । କପିଲ ଶର୍ମା ଭଲ ଗୀତ ଗାଉଥିଲେ, କମେଡି ବି ଠିକ୍ ଠାକ୍ କରିନେଉଥିଲେ । କିନ୍ତୁ ତାଙ୍କୁ ଉଚିତ୍ ମାର୍ଗ ମିଳୁନଥିଲା । ଯାହାଫଳରେ କପିଲଙ୍କ ସଂଘର୍ଷ ଆଉ କିଛି ବର୍ଷ ଜାରି ରହିଲା…
କେମିତି ମିଳିଲା ପ୍ରଥମ ସୁଯୋଗ?
ଆସିଲା ୨୦୦୮… ଇଣ୍ଡିଆ ଟିଭିରେ ‘ଦ ଗ୍ରେଟ୍ ଲାଫ୍ଟର ଚ୍ୟାଲେଞ୍ଜ’ ନାମକ ସୋ’ ଲଞ୍ଚ ହେଲା । ଏହି ସୋ’ ଜରିଆରେ ଅନେକ ନୂଆ କଳାକାରଙ୍କୁ ସୁଯୋଗ ମିଳିଲା । ସମସ୍ତଙ୍କୁ ଏକ ଭଲ ପ୍ଲାଟଫର୍ମ ମିଳିଲା ଏବଂ ଲୋକଙ୍କୁ ହସିବାର ମାଧ୍ୟମ । ଆଉ ଏହି ସୋ’ର ତୃତୀୟ ସିଜିନରେ ବିଜେତା ହେଲେ କପିଲ ଶର୍ମା । ବାସ୍ ସେବେ ଠାରୁ କପିଲ ସଂଘର୍ଷପୂର୍ଣ୍ଣ ଜୀବନକୁ ଅଲବିଦା କହି ଆଗକୁ ବଢିଲେ । ଏହା ପରେ କପିଲ ୬ଥର କମେଡି ସର୍କସ ଟାଇଟଲ ନିଜ ନାଁରେ କରିଥିଲେ । ଯାହାକି ଆଜିଯାଏଁ ଏକ ଅତୁଟ ରେକର୍ଡ ହୋଇ ରହିଯାଇଛି ।
ବଢି ଚାଲିଲା ସଫଳତାର ଗ୍ରାଫ୍ 
ଏବେ ସୋ’ ମିଳିଲା, ଟ୍ରୋଫି ମିଳିଲା ଏବଂ ଲୋକପ୍ରିୟତା ବି ମିଳିଲା । କପିଲଙ୍କ ଚେହେରା ଲୋକଙ୍କ ମନରେ ବସିଗଲା । ଏଥିପାଇଁ କପିଲ ଶର୍ମାଙ୍କୁ ସୁଜୋଗ ଉପରେ ସୁଜୋଗ ମିଳି ଚାଲିଲା । ବହୁ ବଡ ବଡ ସୋ ହୋଷ୍ଟି ପାଇଁ କଲ ଉପରେ କଲ ଆସିଲା । କେବେ ସୋ ହୋଷ୍ଟିଂ ଆଉ କେବେ ଷ୍ଟେଜ୍ ଉପରେ ଛୋଟମୋଟ କମେଡି, ଶେଷରେ ସୋନି ସହ ମିଶି କପିଲ ନିଜର ଏକ ସୋ’ ‘କମେଡି ନାଇଟସ୍ ୱିଥ୍ କପିଲ’ ଆରମ୍ଭ କଲେ । ଦର୍ଶକଙ୍କ ସଂଖ୍ୟା ବଢିଚାଲିଲା… ଟିଆରପି କପିଲଙ୍କ ଆଗରେ ମୁଣ୍ଡ ନୁଆଁଇଲା । ଫୋନ ବୁଥରୁ କାମ ଆରମ୍ଭ କରିଥିବା କପିଲ ବନିଗଲେ ‘ଦ ଗ୍ରେଟ୍ କମେଡି କିଙ୍ଗ୍’ । ଆଉ ଏବେ କପିଲ ସିନେମାରେ ହିରୋ ରୋଲ କରିବା ସହ ୱେବ୍ ସିରିଜ୍ ପାଇଁ ମଧ୍ୟ ପ୍ରସ୍ତୁତି ଜୋରଦାର ଚାଲିଛି