କନକ ବ୍ୟୁରୋ: ଗାଁରେ ଚୋର ଆତଙ୍କ । ରାତି ହେଲେ ଗାଁ ଗାଁରେ ଅଜଣା ଅଚିହ୍ନା ଲୋକ ବୁଲୁଛନ୍ତି । କଳାହାଣ୍ଡି ଜିଲ୍ଲାର ବିଭିନ୍ନ ବ୍ଲକରେ ଚୋରି-ଡକାୟତି କରିବା ଉଦେଶ୍ୟରେ କିଛି ସନ୍ଦିଗ୍ଧ ବ୍ୟକ୍ତିମାନେ ବୁଲୁଥିବା ଖବର ବିଭିନ୍ନ ସୋସିଆଲ ମଡିଆରେ ଭାଇରାଲ ହେବା ପରେ ଗାଁ ଜରୁଛନ୍ତି ଗ୍ରାମବାସୀ । ଧର୍ମଗଡ ବ୍ଲକ ଓ ଧର୍ମଗଡ ନଗରରେ ସଂଜ ହେଲେ ତାଟି କବାଟ ପଡିଯାଉଛି । ପିଲାଛୁଆ ଘରେ ରହୁଥିବା ବେଳେ ରାସ୍ତାଘାଟ ଖାଁ ଖାଁ ଲାଗୁଛି । ଗ୍ରାମବାସୀ ଏକାଠି ହୋଇ ହାତରେ ଠେଙ୍ଗାବାଡି ଧରି ରାତି ଅନିଦ୍ରା ହୋଇ ଗାଁରେ ଜଗି ରହୁଛନ୍ତି । ଦଳ ଦଳ ହୋଇ ବିଭିନ୍ନ ଗଳି ଛକ ରାସ୍ତାରେ ପହରା ଦେଉଛନ୍ତି ।
ସେପଟେ ଧର୍ମଗଡ ଉପଖଣ୍ଡ ପୁଲିସ ଅଧିକାରୀ କହିଛନ୍ତି ସୋସିଆଲ ମିଡିଆରେ ଭାଇରାଲ ହେଉଥିବା କଥା ଗୁଜବ । ଏହାକୁ ବିଶ୍ୱାସ ନକରି କୌଣସି ଅଜଣା କିମ୍ବା ସନ୍ଦିଗ୍ଧ ବ୍ୟକ୍ତିଙ୍କୁ ରାତିରେ ନିଜ ଅଂଚଳରେ ଦେଖିଲେ ପୁଲିସକୁ ଖବର ଦେବାକୁ ସେ ଅଂଚଳବାସୀଙ୍କୁ ଅନୁରୋଧ କରିଛନ୍ତି । ତେବେ ଧର୍ମଗଡ ଅଂଚଳରେ ଚୋରକୁ ନେଇ ସୋସିଆଲ ମିଡିଆରେ ଭାଇରାଲ ହେଉଥିବା ଖବର ଗାଁ ଲୋକଙ୍କ ମନରେ ଭୟ ସୃଷ୍ଟି କରିଥିବା ବେଳେ ଲୋକଙ୍କ ମନରୁ ଭୟ ଦୂର କରିବା ପୁଲିସ ପାଇଁ ଚ୍ୟାଲେଂଜ ହୋଇଛି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/12/27/2025-12-27t123421491z-506359015_3114607832035873_6253119802954867050_n-2025-12-27-18-04-21.jpg)
/kanak/media/post_attachments/wp-content/uploads/2022/08/7-6.jpg)