ପରୀ ହତ୍ୟା ମାମଲାରେ କାହିଁକି ସନ୍ଦେହ ଘେରକୁ ଆସିଲା ସୈତାନ ସରୋଜ ? ପଲିଗ୍ରାଫ ଟେଷ୍ଟରେ ଧରାପଡ଼ିଥିଲା ଅଭିଯୁକ୍ତର ମିଛ, ସବୁ ପ୍ରଶ୍ନର ଦେଇଥିଲା ମିଛ ଉତ୍ତର ।

7,096

କନକ ବ୍ୟୁରୋ : କାହିଁକି, ପରୀ ଘର ପାଖରେ ଥିବା, ସରୋଜ ସେଠୀ ଉପରେ ସନ୍ଦେହ କଲା ତଦନ୍ତକାରୀ ଟିମ୍ । ସେହି ଘର ପାଖରେ ଥାଇ ପାଂଚ ମାସ ହେଲା ଯାହାକୁ କେହି ଧରି ପାରି ନଥିଲେ ତାଉପରେ କାହିଁକି ଏସଆଇଟିର ତଦନ୍ତ ଘୁରି ବୁଲିଲା ।
ପରୀ ଘର ପାଖରେ ରହୁଥିବା ଏହି କଲେଜ ପଢୁଆ ଯୁବକ ସରୋଜ ସେଠୀକୁ ଦେଖିଲେ ଆପଣ ହୁଏତ କେବେ କଳ୍ପନା କରିପାରିବେ ନାହିଁ ଏହି ଚେହେରା ପଛରେ ଏତେ ବଡ ଜଘନ୍ୟ ଅପରାଧିର ଗୁଣ ଲୁଚି ରହିଛି । ଏସଆଇଟି ମଧ୍ୟ ପ୍ରଥମେ ପ୍ରଥମେ ସରୋଜ ଉପରେ ସେତେ ସନ୍ଦେହ କରୁ ନଥିଲା ।

ରକ୍ତ ନମୁନା ସଂଗ୍ରହକୁ ବିରୋଧ କଲା ସରୋଜ । ପଚାରିଲା, ତା ବିରୋଧରେ କଣ ପ୍ରମାଣ ଅଛି । ଡିସେମ୍ବର ଆରମ୍ଭରେ ଯେତେବେଳେ ଏସଆଇଟି ଟିମ୍, ଯଦୁପୁର ଗାଁରେ ୧୮ ରୁ ୩୫ ବର୍ଷ ଯୁବକଙ୍କ ରକ୍ତ ନମୁନା ସଂଗ୍ରହ କରୁଥିଲା, ସେତେବେଳେ ଏହାକୁ ବିରୋଧ କଲା ସରୋଜ ।

ମୋବାଇଲର ବନ୍ଦ ଫୋଲଡରର ପାସୱାର୍ଡ ମାଗିଲା ପୋଲିସ । ସରୋଜ କହିଲା ସେ ଜାଣି ନାହିଁ ପାସୱାର୍ଡ । ଏହି ଘଟଣା ମଧ୍ୟ ପୋଲିସର ସନ୍ଦେହକୁ ବଢ଼ାଇ ଦେଲା । ପାଲଟା ସରୋଜ ପୋଲିସକୁ କହିଲା ଆପେ ଆପେ ଫୋଲଡର ଲକ୍ ହୋଇଯାଇଥିବ ।

ଅନ୍ୟପଟେ ପଲିଗ୍ରାଫ୍ ଟେଷ୍ଟକୁ ମଧ୍ୟ ମନା କଲା ସରୋଜ । ରିପୋର୍ଟରେ ଆସିଲା ପରୀ ସମ୍ପର୍କରେ ସବୁ କହିଥିଲା ମିଛ । ସତ ଓଗାଳିବା ପାଇଁ ଯଦୁପୁର ଗାଁର ୩୦ ରୁ ୪୦ ଯୁବକଙ୍କ ଯେତେବେଳେ ପଲିଗ୍ରାଫ୍ ଟେଷ୍ଟ କରିବା ପାଇଁ ଏସଆଇଟି କହିଲା, ସମସ୍ତେ ରାଜି ହୋଇଗଲେ, କିନ୍ତୁ ମନା କରିଦେଲା ସରୋଜ ।

ମନ୍ଦିରରେ କିଏ ଅଛି ପ୍ରଶ୍ନରେ ମୁଁ କଦଳୀ ଖାଇ ନାହିଁ ବୋଲି କହିବା ପରି ତଦନ୍ତକାରୀ ଟିମକୁ ସରୋଜ ପଚାରିଲା ତା ବିରୋଧରେ କ’ଣ ପ୍ରମାଣ ଅଛି । ଶେଷରେ ରାଜି ହେଲା ଓ ରିପୋର୍ଟ ଆସିଲା ପରୀ ପ୍ରସଙ୍ଗରେ ସବୁ ମିଛ କହିଛି ।
ପରୀ ପ୍ରସଙ୍ଗରେ ତଦନ୍ତକାରୀ ଟିମର ଅଧିକାରୀମାନେ ସରୋଜକୁ ଯେତେବେଳେ ଅଧିକରୁ ଅଧିକ କଥା ପଚାରିଲେ ସେ ଧିରେ ଧିରେ ଅଧିକ ପ୍ରତିକ୍ରିୟାଶୀଳ ହେବାରେ ଲାଗିଲା । ଯେଉଁଦିନ ପରୀର ଫ୍ରକରୁ ସିମେନ୍ ମିଳିବା କଥା ଆସିଲା, ସେଦିନ ସବୁଠୁ ଅଧିକ ରାଗି ଯାଇ ଗଣମାଧ୍ୟମରେ ପ୍ରତିକ୍ରିୟା ଦେଇଥିଲା ସରୋଜ ।

ଏହାଛଡା ସରୋଜ ବିରୋଧରେ ଏସଆଇଟି ଠୋସ ପ୍ରମାଣ ରଖିଛି ବୋଲି ଦାବି କରିଛି । ଏସଆଇଟି ମୁଖ୍ୟ କହିଛନ୍ତି, ଗାଁର ଦୁଇ ଜଣ ଲୋକଙ୍କୁ ପୁରା ଘଟଣା ବିଷୟରେ ବର୍ଣ୍ଣନା କରିଛି ସରୋଜ । ଆଉ ଏହି ସମୟରେ ଦୁଇ ଜଣଙ୍କ ମଧ୍ୟରୁ ଜଣେ ଏହାର ଭିଡିଓ ରେକର୍ଡ କରି ନେଇଛି । କୋର୍ଟରେ ଏହି ଭିଡିଓ ଦାଖଲ କରିବ ଏସଆଇଟି ।