କନକ ବ୍ୟୁରୋ : ଉତ୍ତର, କେନ୍ଦ୍ରୀୟ ଓ ଦକ୍ଷିଣ ପଶ୍ଚିମ ରେଳପଥ ପରିସୀମା ମଧ୍ୟରେ ସୁରକ୍ଷା ସମ୍ବନ୍ଧୀୟ ଆଧୁନିକୀକରଣ କାର୍ଯ୍ୟ ପାଇଁ ପୂର୍ବତଟ ରେଳପଥକୁ ଏବଂ ଏହାର ପରିସୀମାରୁ ଛାଡ଼ିବାକୁ ଥିବା କେତେକ ଟ୍ରେନ୍କୁ ବାତିଲ, ଆଂଶିକ ବାତିଲ ଓ ମାର୍ଗ ପରିବର୍ତ୍ତନ କରି ଚଳାଚଳ କରାଇବା ପାଇଁ ରେଳ ମନ୍ତ୍ରାଳୟ ପକ୍ଷରୁ ନିଷ୍ପତ୍ତି ନିଆଯାଇଛି। ବିଶାଖାପାଟଣା-ନିଜାମୁଦ୍ଦିନ-ବିଶାଖାପାଟଣା ସମତା ଏକ୍ସପ୍ରେସ (୦୧୮୦୭/୧୨୮୦୮) ଭାୟା ରାୟଗଡ଼ା-ଟିଟିଲାଗଡ଼-ରାଇପୁର ଫେବ୍ରୁଆରି ୨୭ ତାରିଖ ବିଶାଖାପାଟଣାରୁ ଏବଂ ୨୯ ତାରିଖରେ ନିଜାମୁଦ୍ଦିନ୍ଠାରୁ ଉଭୟ ଦିଗରୁ ବାତିଲ୍ ରହିବ। ବିଶାଖାପାଟଣା-ମୁମ୍ବାଇ ଏଲଟିଟି-ବିଶାଖାପାଟଣା ଏକ୍ସପ୍ରେସ୍ (୧୮୫୧୯/୧୮୫୨୦), ବିଶାଖାପାଟଣାଠାରୁ ଫେବ୍ରୁଆରି ୧୮ରୁ ୨୫ ତାରିଖ ଏବଂ ଏଲଟିଟିଠାରୁ ଫେବ୍ରୁଆରି ୧୯ରୁ ୨୬ ତାରିଖ ମଧ୍ୟରେ ଉଭୟ ଦିଗରୁ ପୁନେ ଓ ଏଲଟିଟି ମଧ୍ୟରେ ବାତିଲ ରହିବ। ଏହା ସିକନ୍ଦରାବାଦ-ଲଟୁର ରୋଡ଼-କୁର୍ଦୁଭାଡ଼ି-ଦୌଣ୍ଡ ଷ୍ଟେସନ ମାର୍ଗରେ ଚଳାଚଳ କରିବ।
/kanak/media/post_attachments/wp-content/uploads/2019/06/thumb-2_060819032406-300x199.jpg)
ଭୁବନେଶ୍ୱରଠାରୁ ୧୬ ତାରିଖରେ ଛାଡ଼ିବାକୁ ଥିବା ଏବଂ ବେଙ୍ଗାଲୁରୁଠାରୁ ୧୭ତାରିଖରେ ଛାଡ଼ିବାକୁ ଥିବା ଭୁବନେଶ୍ୱର-ବେଙ୍ଗାଲୁରୁ-ଭୁବନେଶ୍ୱର ପ୍ରଶାନ୍ତି ଏକ୍ସପ୍ରେସ୍ (୧୮୪୬୩/୧୮୪୬୪) ଉଭୟ ଦିଗରୁ ଭୁବନେଶ୍ୱର ଓ ସତ୍ୟସାଇ ପ୍ରଶାନ୍ତି ନିଳୟମ ମଧ୍ୟରେ ଚଳାଚଳ କରିବ ଏବଂ ସତ୍ୟସାଇ ପ୍ରଶାନ୍ତି ନିଳୟମ ଓ ବେଙ୍ଗାଲୁରୁ ମଧ୍ୟରେ ବାତିଲ ରହିବ।
/kanak/media/post_attachments/wp-content/uploads/2019/03/27949349703_6fa6334ace_z-300x200.jpg)
ହରିଦ୍ୱାର-ପୁରୀ-ହରିଦ୍ୱାର କଳିଙ୍ଗ ଉତ୍କଳ ଏକ୍ସପ୍ରେସ୍ (୧୮୪୭୮/୧୮୪୭୭) ହରିଦ୍ୱାରଠାରୁ ଫେବ୍ରୁଆରି ୨୬, ୨୮, ୨୯ ଓ ମାର୍ଚ୍ଚ ପହିଲା ଏବଂ ପୁରୀଠାରୁ ଫେବ୍ରୁଆରି ୨୬ ଓ ୨୮ ତାରିଖରେ ପରିବର୍ତ୍ତିତ ମାର୍ଗ ମିରଟ ସିଟି-ଖୁରଜା-ଆଗ୍ରା କ୍ୟାଣ୍ଟ ମାର୍ଗରେ ଚଳାଚଳ କରିବ। ଭୁବନେଶ୍ୱର-ମୁମ୍ବାଇ-ଭୁବନେଶ୍ୱର କୋଣାର୍କ ଏକ୍ସପ୍ରେସ (୧୧୦୨୦/୧୧୦୧୯) ଫେବ୍ରୁଆରି ୧୮ ରୁ ୨୫ତାରିଖ ମଧ୍ୟରେ ଉଭୟ ପାର୍ଶ୍ୱରୁ ପରିବର୍ତ୍ତିତ ମାର୍ଗ ସିକନ୍ଦରାବାଦ-ବିକାରାବାଦ-ଲାଟୁର ରୋଡ଼-କୁର୍ଦୁଭାଡ଼ି-ଦୌଣ୍ଡ ମାର୍ଗ ଦେଇ ଚଳାଚଳ କରିବ। ପୁନେ-ଭୁବନେଶ୍ୱର-ପୁନେ ଏକ୍ସପ୍ରେସ (୨୨୮୮୧/୨୨୮୮୨) ଭୁବନେଶ୍ୱରଠାରୁ ଫେବ୍ରୁଆରି ୧୮ ଓ ୨୫ ତାରିଖ ଏବଂ ପୁନେଠାରୁ ୨୦ ତାରିଖ ଦିନ ଉଭୟପାର୍ଶ୍ୱରୁ ପରିବର୍ତ୍ତିତ ମାର୍ଗ ସିକନ୍ଦରାବାଦ-ବିକାରାବାଦ-ଲାଟୁର ରୋଡ୍ ଓ କୁର୍ଦୁଭାଡ଼ି ମାର୍ଗ ଦେଇ ଚଳାଚଳ କରିବ।
ସୂଚନାଯୋଗ୍ୟ, ଉତ୍ତର ରେଳପଥର ହଜରତ ନିଜାମୁଦ୍ଦିନ-ପାଲୱାଲ ଷ୍ଟେସନ ମଧ୍ୟରେ, କେନ୍ଦ୍ରୀୟ ରେଳପଥର ସୋଲାପୁର ରେଳମଣ୍ଡଳରେ ଏବଂ ଦକ୍ଷିଣ ପଶ୍ଚିମ ରେଳପଥର ବେଙ୍ଗାଲୁରୁ ରେଳମଣ୍ଡଳରେ ସୁରକ୍ଷା ସମ୍ବନ୍ଧୀୟ ଆଧୁନିକୀକର କାର୍ଯ୍ୟ କରାଯିବ।