କନକ ବ୍ୟୁରୋ : ଭିତ୍ତିଭୂମିର ବିକାଶ ପାଇଁ ପୂର୍ବତଟ ରେଳପଥ ସମ୍ବଲପୁର ରେଳମଣ୍ଡଳର ବିଭିନ୍ନ ସ୍ଥାନରେ ସୁରକ୍ଷା ସମ୍ବନ୍ଧୀୟ ଆଧୁନିକୀକରଣ କାର୍ଯ୍ୟ ଚାଲୁରହିଛି। ତେଣୁ ରେଳ ଚଳାଚଳ କ୍ଷେତ୍ରରେ ବାଧାକୁ ଏଡ଼ାଇବା ପାଇଁ କେତେକ ଟ୍ରେନ ଚଳାଚଳକୁ ବାତିଲ କରିବା ପାଇଁ ନିଷ୍ପତ୍ତି ହୋଇଛି। ଟିଟିଲାଗଡ଼-ରାୟଗଡ଼ା-କୋରାପୁଟ ମାର୍ଗ ଦେଇ ଦୁର୍ଗ ଓ ଜଗଦଲପୁର ମଧ୍ୟରେ ଚଳାଚଳ କରୁଥିବା ଦୁର୍ଗ-ଜଗଦଲପୁର-ଦୁର୍ଗ ଏକ୍ସପ୍ରେସ(୧୮୨୧୧/୧୮୨୧୨)କୁ ଦୁର୍ଗଠାରୁ ମାର୍ଚ୍ଚ ୨୮ ପର୍ଯ୍ୟନ୍ତ ଓ ଜଗଦଳପୁରଠାରୁ ମାର୍ଚ୍ଚ ୨୯ ପର୍ଯ୍ୟନ୍ତ ଉଭୟ ପାର୍ଶ୍ୱରୁ ବାତିଲ କରାଯାଇଛି। ବିଶାଖାପାଟନମ-ରାଇପୁର-ବିଶାଖାପାଟଣା ପାସେଞ୍ଜର(୫୮୫୨୮/୫୮୫୨୭)କୁ ବିଶାଖାପାଟଣାଠାରୁ ଫେବ୍ରୁଆରି ୨୨ ତାରିଖ ପର୍ଯ୍ୟନ୍ତ ଓ ରାଇପୁରଠାରୁ ଫେବ୍ରୁଆରି ୨୩ ତାରିଖ ପର୍ଯ୍ୟନ୍ତ ବାତିଲ ରହିବ।
/kanak/media/post_attachments/wp-content/uploads/2019/01/train_660_072617084456_110317013823.jpg)
/kanak/media/post_attachments/wp-content/uploads/2018/11/train-12001.jpg)