ଦୃଷ୍ଟିଶକ୍ତି ବଢାଇବା କେମିତି ! ଜାଣନ୍ତୁ କିଛି କଥା

174

ଆଜିକାଲି ଦୈନନ୍ଦିନ ଜୀବନରେ ସମସ୍ତଙ୍କ ପାଇଁ ଆଖିର ସମସ୍ୟା ଏକ ନିତିଦିନିଆ ସମସ୍ୟା ହୋଇଯାଇଛି । ଆଖିର ସମସ୍ୟା ଆମର ଖାଦ୍ୟ ଖାଇବା ଉପରେ ନିର୍ଭର କରିଥାଏ । ଆମେ ଦୈନନ୍ଦିନ ପ୍ରାୟତଃ ୮ରୁ ୧୦ ଘଂଟା କମ୍ପ୍ୟୁଟର ସାମ୍ନାରେ ବସି ବିତାଇଥାଉ, ସେଥିପାଇଁ ଏହା ଆମ ଆଖି ଉପରେ ପ୍ରଭାବ ପକାଇଥାଏ, ଆମ ଆଖିକୁ ବିଶ୍ରାମ ମଧ୍ୟ ମିଳିନ’ଥାଏ । ଆମେ ଖାଉଥିବା ଖାଦ୍ୟରେ ମଧ୍ୟ ସେମିତି କିଛି ଖାସ୍ ନଥାଏ, ଯାହାଦ୍ୱାରା ଆମ ଆଖିକୁ ପୋଷଣ ମିଳିଥାଏ ।

ଆମର ନିତିଦିନିଆ ଖାଇବାରେ ଆମେ ଏମିତି କିଛି ଖାଦ୍ୟ ବ୍ୟବହାର କରିବା ଯାହାଦ୍ୱାରା ଆମର ଦୃଷ୍ଟିଶକ୍ତି ବଢିବା ସହିତ ଯାହାକିଛି ସମସ୍ୟା ଆଖିରେ ରହିଥିବ ତାହା ମଧ୍ୟ ଦୂର ହୋଇପାରିବ ।

୧- ଅଁଳାର ବ୍ୟବହାର କରିବା ଦ୍ୱାରା ଦୃଷ୍ଟିଶକ୍ତି କୁ ବର୍ଷବର୍ଷ ଧରି ଠିକ୍ ରଖିଥାଏ । ଆମେ ଚାହିଁଲେ କଂଚା ଅଁଳାକୁ ଆମ ଖାଦ୍ୟରେ ବ୍ୟବହାର କରିପାରିବା । ଏହାବ୍ୟତିତ ଖାଲି ପେଟରେ ଅଁଳା ରସକୁ ପିଇବାଦ୍ୱାରା ଏହା ବହୁତ ଉପକାରରେ ଆସିଥାଏ ।

୨- ଅଳେଇଚ ଶରୀରର ତାପମାତ୍ରାକୁ ସନ୍ତୁଳିତ ଅବସ୍ଥାରେ ରଖିଥାଏ । ଏହାର ନିୟମିତ ବ୍ୟବହାର କରିବା ଦ୍ୱାରା ଆଖିକୁ ଥଣ୍ଡା ମିଳିବା ସହିତ ଦୃଷ୍ଟିଶକ୍ତିକୁ ବଢାଇଥାଏ । ଆମେ ଅଳେଇଚକୁ ପାଉଡର କରି ଏହାକୁ ଥଣ୍ଡା ଖିର ସହିତ ମିଶାଇ ବ୍ୟବହାର କରିପାରିବା ଏହାଦ୍ୱାରା ଆଖି ଠିକ୍ ରହିଥାଏ ।

୩- ଖାଦ୍ୟରେ ବହୁଳ ପରିମାଣର ସବୁଜ ପନିପରିବାର ବ୍ୟବହାର କରିବା ଦ୍ୱାରା ଆଖିକୁ ପ୍ରଚୁର ପରିମାଣରେ ଆଇରନ ମିଳିପାରିଥାଏ ।

୪- ଦୃଷ୍ଟିଶକ୍ତି ଅଖରୋଟର ବ୍ୟବହାର କରିବା ଦ୍ୱାରା ମଧ୍ୟ ବଢିଥାଏ । ଭିଟାମିନ୍-ଇ ଏବଂ ଫ୍ୟାଟି ଏସିଡ୍ ଅଖରୋଟରେ ରହିଛି, ଏହା ଆଖି ପାଇଁ ବହୁତ ଜରୁରୀ ଅଟେ । ଅଧିକ ସମୟ ପାଇଁ ଆଖିକୁ ଠିକ୍ ରଖିବାପାଇଁ ଆମ ଖାଦ୍ୟରେ ଅଖରୋଟର ବ୍ୟବହାର କରିବା ଜରୁରୀ ଅଟେ ।

୫- ଗାଜରର ଜୁସ୍ କରି ପିଇବା ଦ୍ୱାରା ଆଖିକୁ ପୃଷ୍ଟି ମିଳିଥାଏ । ଦୈନନ୍ଦିନ ଏକ ଗ୍ଲାସ୍ ଗାଜରର ରସ ପିଇବା ଦ୍ୱାରା ଆଖି ପାଇଁ ଆମେ ବ୍ୟବହାର କରୁଥିବା ଚଷମା ମଧ୍ୟ ଆମକୁ ଆଉ ବ୍ୟବହାର କରିବାକୁ ପଡିବନି ।

୬- ଶରୀର ପାଇଁ ପିସ୍ତାବାଦାମର ଆବଶ୍ୟକତା ବହୁତ ଅଧିକ । ପାଣିରେ ପିସ୍ତା ବାଦାମକୁ ଭିଜାଇ ଖାଇବାଦ୍ୱାରା ଏହା ଆଖିପାଇଁ ବହୁତ ଉପକାରୀ ସାବ୍ୟସ୍ତ ହୋଇଥାଏ ଏବଂ ଦୃଷ୍ଟିଶକ୍ତି ମଧ୍ୟ ବଢାଇଥାଏ ।