କନକ ବ୍ୟୁରୋ : ପରୀକ୍ଷା କେନ୍ଦ୍ରରେ ସିସିଟିଭି କ୍ୟାମେରା ଲଗାଯିବା ଘଟଣାକୁ ନେଇ ଦେବଗଡ କଲେଜରେ ଅଭାବନୀୟ ପରିସ୍ଥିତି ସୃଷ୍ଟି ହୋଇଥିଲା। ସିସିଟିଭି ଲାଗିଲେ ପରୀକ୍ଷା ଦେବୁ ନାହିଁ ବୋଲି ଛାତ୍ରଛାତ୍ରୀମାନେ ପରୀକ୍ଷା କେନ୍ଦ୍ର ଛାଡି ବାହାରକୁ ଚାଲିଆସିଥିଲେ। ସ୍ଥିତି ଏମିତି ହୋଇଥିଲା ଯେ ଜିଲ୍ଲାପାଳ ଓ ଏସପି ଘଟଣାରେ ହସ୍ତକ୍ଷେପ କରିଥିଲେ। କିନ୍ତୁ ବିଶୃଙ୍ଖଳା ଅଭିଯୋଗରେ ପରୀକ୍ଷାର୍ଥୀଙ୍କ ଖାତା ଜବତ କରାଯାଇଛି। ଅଭିଯୋଗ ଉଠିଛି ଯେ ସମ୍ଭବତଃ କପି ପାଇଁ ସୁଯୋଗ ଆଉ ମିଳିବ ନାହିଁ ବୋଲି ଜାଣିବା ପରେ କିଛି ଛାତ୍ରଛାତ୍ରୀ ଏଭଳି ପ୍ରତିକ୍ରିୟା ପ୍ରକାଶ କରିଥିଲେ। କପି ଓ ପରୀକ୍ଷା ପରିଚାଳନାରେ ବିଭ୍ରାଟ ରୋକିବା ପାଇଁ ରାଜ୍ୟ ସରକାର ପରୀକ୍ଷା କେନ୍ଦ୍ରରେ ସିସିଟିଭି ଲଗାଯିବା ଉପରେ ଗୁରୁତ୍ୱାରୋପ କରିଛନ୍ତି। ଏହି କ୍ରମରେ ରାଜ୍ୟର ପ୍ରାୟ ସବୁ ପରୀକ୍ଷା କେନ୍ଦ୍ରରେ ସିସିଟିଭି ଲଗାଯାଇଛି। କିନ୍ତୁ ଛାତ୍ରଛାତ୍ରୀମାେନ ଏବେ ସିସିଟିଭିକୁ ବିରୋଧ କରିବା ଆରମ୍ଭ କଲେଣି।
/kanak/media/post_attachments/wp-content/uploads/2019/03/Screen-shot-2019-03-13-at-8.18.42-AM.jpg)
/kanak/media/post_attachments/wp-content/uploads/2019/03/Screen-shot-2019-03-13-at-8.18.54-AM.jpg)