କଟିଲା କିଛି ବିଜେପି ସାଂସଦଙ୍କ ଟିକେଟ୍ । କେନ୍ଦ୍ରମନ୍ତ୍ରୀ ବିଶ୍ୱେଶ୍ୱର ଟୁଡୁଙ୍କ ସମେତ କଟିଲା ୪ ସାଂସଦଙ୍କ ଟିକେଟ ।

2,774

କନକ ବ୍ୟୁରୋ: କେନ୍ଦ୍ରମନ୍ତ୍ରୀ ବିଶ୍ୱେଶର ଟୁଡୁଙ୍କ ସମେତ ୪ ଜଣ ସାଂସଦଙ୍କ ଟିକେଟ କଟିଛି । ଟିକେଟ୍ କଟିଥିବା ନେତାଙ୍କ ତାଲିକାରେ ଅଛନ୍ତି ସୁରେଶ ପୂଜାରୀ । ବରଗଡ ଲୋକସଭା ଆସନରୁ ଗତଥର ଟିକେଟ୍ ପାଇଥିବା ସୁରେଶ ପୂଜାରୀଙ୍କ ସ୍ଥାନରେ ପ୍ରଦୀପ ପୁରୋହିତ ପ୍ରାର୍ଥୀ ହୋଇଛନ୍ତି । ସେହିପରି ସମ୍ବଲପୁର ଆସନରୁ ଗତଥର ପ୍ରାର୍ଥୀ ହୋଇ ସାଂସଦ ହୋଇଥିବା ନିତେଶ ଗଂଗଦେବଙ୍କ ସ୍ଥାନରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ଟିକେଟ୍ ଦିଆଯାଇଛି । କେନ୍ଦ୍ରମନ୍ତ୍ରୀ ବିଶ୍ୱେଶର ଟୁଡୁଙ୍କୁ ଟିକେଟ କଟିଛି । ତାଙ୍କ ସ୍ଥାନରେ ମୟୂରଭଞ୍ଜ ଲୋକସଭା ଆସନ ପାଇଁ ନବଚରଣ ମାଝୀଙ୍କୁ ପ୍ରାର୍ଥୀ କରାଯାଇଛି । କଳାହାଣ୍ଡି ଲୋକସଭା ଆସନ ପାଇଁ ଏଥିର ସାଂସଦ ବସନ୍ତ ପଣ୍ଡାଙ୍କ ସ୍ଥାନରେ ମାଳବିକା କେଶରୀ ଦେଓଙ୍କୁ ପ୍ରାର୍ଥୀ କରିଛି ବିଜେପି ।

ସେହିପରି ବିଜେପି ଟିକେଟର ନିର୍ବାଚନ ଲଢି ପରାସ୍ତ ହୋଇଥିବା ଭୃଗୁବକ୍ସି ପାତ୍ରଙ୍କୁ ଏଥର ଟିକେଟ୍ ଦେଇନି ଦଳ । ବ୍ରହ୍ମପୁର ଆସନ ପାଇଁ ପ୍ରଦୀପ ପାଣିଗ୍ରାହୀଙ୍କୁ ସାଂସଦ ପ୍ରାର୍ଥୀ କରି ଚମକାଇ ଦେଇଛି ବିଜେପି ।