କନକ ବ୍ୟୁରୋ : ଆଜି ସାରା ଦେଶରେ ଜାତୀୟ ମାନବାଧିକାରର ୨୮ ତମ ପ୍ରତିଷ୍ଠା ଦିବସ ପାଳନ କରାଯାଉଛି । ଏହି ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ତାଙ୍କ ଅବିଭାଷଣରେ ମାନବାଧିକାର ବାବଦରେ କହିବାକୁ ଯାଇ ସିଧା ସଳଖ ବିରୋଧୀ ନେତାଙ୍କୁ ଟାର୍ଗେଟ୍ କରିଛନ୍ତି । ସେ କହିଛନ୍ତି କି ଦେଶରେ ଏବେ କିଛି ଲୋକ ମାନବାଧିକାରକୁ ଚୟନାତ୍ମକ ଢଙ୍ଗରେ ବ୍ୟବହାର କରୁଛନ୍ତି । ଅର୍ଥାତ ସେମାନଙ୍କୁ ଗୋଟିଏ ଘଟଣାରେ ମାନବିକ ଅଧିକାର ଉଲଙ୍ଘନ ହୋଇଥିବା ଦେଖାଯାଉଥିବା ବେଳେ ସମାନ ଅନ୍ୟ ଏକ ଘଟଣାରେ ତାହା ଦେଖାଯାଉ ନାହିଁ । ଏଭଳି ଚୟାନାତ୍ମକ ବ୍ୟବହାର ଗଣତନ୍ତ୍ର ପାଇଁ ବିପଦ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି । ସେ ଏଭଳି ଲୋକଙ୍କ ପ୍ରତି ସାବଧାନ ରହିବାକୁ ଲୋକଙ୍କୁ ସତର୍କ କରାଇଛନ୍ତି ।
#WATCH | ...Some people see human rights violations in some incidents but not in other similar incidents. Human rights are violated when viewed via political spectacles. Selective behaviour harmful to democracy. They attempt to harm nation's image through selective behaviour.: PM pic.twitter.com/5RsaIkMExw
— ANI (@ANI) October 12, 2021
ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି, “ଯେଉଁ ସମୟରେ ବିଶ୍ୱଯୁଦ୍ଧର ହିଂସାରେ ସମଗ୍ର ବିଶ୍ୱ ଜଳୁଥିଲା, ସେତେବେଳେ ଭାରତ ସମଗ୍ର ବିଶ୍ୱକୁ ‘ଅଧିକାର ଏବଂ ଅହିଂସା’ର ମାର୍ଗରେ ଚାଲିବାକୁ ପରାମର୍ଶ ଦେଇଥିଲା। ଆମର ଗାନ୍ଧୀଜୀଙ୍କୁ କେବଳ ଦେଶ ନୁହେଁ ସମଗ୍ର ବିଶ୍ୱ ମାନବିକ ଅଧିକାର ଏବଂ ମାନବିକ ମୂଲ୍ୟବୋଧର ପ୍ରତୀକ ଭାବରେ ଦେଖେ। ଶତାବ୍ଦୀ ଧରି ଆମେ ଆମର ଅଧିକାର ପାଇଁ ଲଢ଼ିଥିଲୁ। ଏକ ରାଷ୍ଟ୍ର ଭାବରେ, ଏକ ସମାଜ ଭାବରେ ଅନ୍ୟାୟ-ଅତ୍ୟାଚାରକୁ ପ୍ରତିରୋଧ କଲୁ। ଅନେକ ସଂଘର୍ଷ ପରେ ଆମେ ଆମର ଅଧିକାର ପାାଇଛୁ। କିନ୍ତୁ କିଛି ଲୋକଙ୍କର ଚୟନାତ୍ମକ ବ୍ୟବହାର ମାନବିକ ଅଧିକାର ଅର୍ଥ ବଦଳାଇ ଦେଇଛି। ଏହା ପ୍ରତି ସାବଧାନ ହେବା ଜରୁରୀ।