ଶ୍ରୀମନ୍ଦିରର କାର୍ଯ୍ୟାଳୟରେ ଅବ୍ୟବସ୍ଥା ! ଅଇଁଠା ପାଣି ମାଡି ଶ୍ରୀମନ୍ଦିର ମଧ୍ୟକୁ ପ୍ରବେଶ କରୁଛନ୍ତି ଭକ୍ତ

Advertisment
ଶ୍ରୀମନ୍ଦିରର କାର୍ଯ୍ୟାଳୟରେ ଅବ୍ୟବସ୍ଥା ! ଅଇଁଠା ପାଣି ମାଡି ଶ୍ରୀମନ୍ଦିର ମଧ୍ୟକୁ ପ୍ରବେଶ କରୁଛନ୍ତି ଭକ୍ତ

source : sambad

କନକ ବ୍ୟୁରୋ : ଭକ୍ତଙ୍କୁ ଅପବିତ୍ର କରୁଛି ଶ୍ରୀମନ୍ଦିର ସୂଚନା ଓ ଲୋକସଂପର୍କ କାର୍ଯ୍ୟାଳୟ। ଦିନେ କି ଦୁଇଦିନ ନୁହେଁ, ବର୍ଷାଧିକ କାଳ ଏଭଳି ଅବସ୍ଥା ଲାଗି ରହିଛି। ପରିସ୍ଥିତି ଏପରି ହୋଇଛି ଯେ ଦୈନିକ ଅଇଁଠା ପାଣି ମାଡ଼ି ଭକ୍ତମାନେ ଶ୍ରୀମନ୍ଦିର ଯିବାକୁ ବାଧ୍ୟ ହେଉଛନ୍ତି। ଯାହାକୁ ନେଇ ଭକ୍ତ ମହଲରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି। ଶ୍ରୀମନ୍ଦିର ସିଂହଦ୍ବାରରେ ଥିବା ସୂଚନା ଓ ଲୋକସଂପର୍କ କାର୍ଯ୍ୟାଳୟ ନିଜ କାର୍ଯ୍ୟାଳୟର ଛାତ ଉପରକୁ ଯିବାକୁ ସିଡି ବ୍ୟବସ୍ଥା କରିଥିବାବେଳେ ଏହି ସିଡି ତଳେ ପାଣି ପାଇଁ ଏକ ଫ୍ରିଜ୍ ଲଗାଯାଇଛି। କିନ୍ତୁ ଏଥିରୁ ନିର୍ଗତ ପାଣି ନିଷ୍କାସନ ପାଇଁ କୌଣସି ବ୍ୟବସ୍ଥା କରାଯାଇନାହିଁ। ଫଳରେ ଏଥିରୁ ବାହାରୁଥିବା ପାଣି ରାସ୍ତାରେ ଭାସୁଛି।
publive-imageଭକ୍ତମାନେ କେବଳ ଏଠାରୁ ପାଣି ପିଉନାହାନ୍ତି, ମୁହଁହାତ ବି ଧୋଉଛନ୍ତି। ଖାଇବା ପରେ କୁଳି କରି ଏଠାରେ ପାଣି ପକାଉଛନ୍ତି। ଏହି ପାଣି ରାସ୍ତାରେ ଭାସୁଛି ଏବଂ ସେଥିରୁ ପଚାଗନ୍ଧ ବି ବାହାରୁଛି। ଯେଉଁ ରାସ୍ତାରେ ଏହି ପାଣି ଭାସୁଛି ତାହା ଶ୍ରୀମନ୍ଦିରର ମାଗଣା ଜୋତା ଷ୍ଟାଣ୍ଡ୍, ମୋବାଇଲ୍ ଷ୍ଟାଣ୍ଡ୍, ଦିବ୍ୟାଙ୍ଗ କେନ୍ଦ୍ରକୁ ସଂଯୋଗ କରୁଛି। ଭକ୍ତମାନେ ଏହି ରାସ୍ତା ଦେଇ ଯାଆସ କରିବା ବେଳେ ଅଇଁଠା ପାଣି ମାଡୁଛନ୍ତି। ତୁରନ୍ତ ଏହାର ସ୍ଥାୟୀ ପ୍ରତିକାର କରିବାକୁ ଭକ୍ତ ମହଲରେ ଦାବି ହୋଇଛି।
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe