ବଢ଼ିଲା ପୂର୍ବତନ କେନ୍ଦ୍ରମନ୍ତ୍ରୀ ଚିନ୍ମାୟନନ୍ଦଙ୍କ ଅଡୁଆ । ୮ଘଂଟା ଜେରା ପରେ ଗୃହବନ୍ଦୀ କଲା ଏସଆଇଟି, ସାହାଜାହାନପୁର ଆଶ୍ରମ ବି ହେଲା ସିଲ

103

କନକ ବ୍ୟୁରୋ : ଅଡ଼ୁଆରେ ପୂର୍ବ କେନ୍ଦ୍ରମନ୍ତ୍ରୀ ତଥା ବିଜେପି ନେତା ଚିନ୍ମୟାନନ୍ଦ । ଶାହାଜାନପୁର ଆଇନ ଛାତ୍ର ତାଙ୍କ ବିରୋଧରେ ଆଣିଥିବା ଯୌନ ଶୋଷଣ ଅଭିଯୋଗରେ ତାଙ୍କୁ ପୋଲିସ ପଚାର ଉଚରା କରିଛି । ଗୁରୁବାର ତାଙ୍କୁ ଦୀର୍ଘ ୮ଘଂଟା ଧରି ପୋଲିସ ପଚରାଉଚରା କରିଥିବା ବେଳେ ଶୁକ୍ରବାର ଶାହାଜାନପୁର ସ୍ଥିତ ଚିନ୍ମୟାନନ୍ଦଙ୍କ ଦିବ୍ୟ ଆଶ୍ରମରେ ସିଲ କରିଛି ଏସଆଇଟି । ଏସଆଇଟି ଅଭିଯୋଗକାରିଣୀ ଛାତ୍ରୀଙ୍କୁ ନେଇ ଆଶ୍ରମରେ ପହଂଚିବା ପରେ ଆଶ୍ରମ ଗେଟ ଆଗରେ ପ୍ରବଳ ଉତେଜନା ଦେଖିବାକୁ ମିଳିଥିଲା । ଆଶ୍ରମ ପରିସରରେ ଯେଭଳି କୌଣସି ଆପତି ଜନକ ପରିସ୍ଥିତି ସୃଷ୍ଟି ନହୁଏ ସେଥିପାଇଁ ପୋଲିସ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରିଥିଲା ।

ଯୌନ ଶୋଷଣର ଯାଂଚ ପାଇଁ ଚଳିତ ମାସରେ ସୁପ୍ରିମକୋର୍ଟ ଏସଆଇଟି ଟିମ୍ ଗଠନ କରିଥିଲେ । ଏହା ସହ ଏହି ମାମଲାର ସମସ୍ତ ଶୁଣାଣି ଆହ୍ଲାବାଦ ହାଇକୋର୍ଟକୁ ସ୍ଥାନାନ୍ତର କରିଛନ୍ତି ସୁପ୍ରିମକୋର୍ଟ । ଏସଆଇଟି ଏହାର ତଦନ୍ତ କରୁଥିବା ବେଳେ ଆହ୍ଲାବାଦ ହାଇକୋର୍ଟ ଏହାର ଦାୟିତ୍ୱ ଗ୍ରହଣ କରିଛନ୍ତି ।