କନକ ବ୍ୟୁରୋ : ରାଜଧାନୀରେ ଦିନକୁ ଦିନ ବଢି ଚାଲିଛି ଅପରାଧ । ଦିନ ଦ୍ୱିପ୍ରହରରେ ଯୁବତୀଙ୍କୁ ଅପହରଣ ଅଭିଯୋଗ ରାଜଧାନୀରେ ଚାଞ୍ଚଲ୍ୟ ଖେଳାଇ ଦେଇଛି । ନୟାପଲ୍ଲୀ ଭୋଇ ସାହି ଅଞ୍ଚଳରେ ଜଣେ ଯୁବତୀଙ୍କୁ ଅପହରଣ କରାଯାଇଥିବା ନେଇ ଅଭିଯୋଗ ହୋଇଛି । ଏକ ସ୍ୱିଫ୍ଟ କାରରେ ଯୁବତୀଙ୍କୁ ଅପହରଣ କରୁଥିବା ବେଳେ କାବୁ କଲା ପୋଲିସ । ଏହି ଘଟଣାରେ ୩ ଜଣଙ୍କୁ ଅଟକ ରଖି ପଚରାଉଚରା କରୁଛି ପୋଲିସ । ଅପହରଣ ପଛରେ ଯୁବତୀଙ୍କ ମାମୁଁଙ୍କ ସମ୍ପୃକ୍ତି ଥିବା ଅଭିଯୋଗ ହୋଇଛି ।

Advertisment

ପୂର୍ବରୁ ରାଜଧାନୀରେ ରାତିରେ ରକ୍ତ ଚରିତ୍ର ଗ୍ୟାଙ୍ଗ ଆତଙ୍କ ଖେଳାଉଥିବା ବେଳେ ଏବେ ଦିନ ଦ୍ୱିପ୍ରହରରେ ଯୁବତୀଙ୍କ ଅପହରଣ ଉଦ୍ୟମ ପରେ ପ୍ରଶ୍ନ ଉଠୁଛି, କଣ ସତରେ ରାଜଧାନୀରେ ସୁରକ୍ଷିତ ସାଧାରଣ ଲୋକେ । ରାତିରେ ଅସାମାଜିକ ବ୍ୟକ୍ତିଙ୍କ ଆତଙ୍କ ଓ ଦିନରେ ଲୁଟ୍ ଭଳି ଘଟଣା ଘଟୁଥିବା ବେଳେ ଏବେ ଯୁବତୀଙ୍କୁ ଅପହରଣ ଉଦ୍ୟମ ଘଟଣା ରାଜଧାନୀର ସୁରକ୍ଷା ଉପରେ ପ୍ରଶ୍ନବାଚୀ ଛିଡା କରିଛି ।