କନକ ବ୍ୟୁରୋ: ମାଲକାନଗିରି ଜିଲ୍ଲାରେ ଇଡକୋର ଏମଏମଏମଇ ପାର୍କ ପ୍ରକଳ୍ପକୁ ବିରୋଧ । ଜମି ମାପୁଚୁପ ବେଳେ ବିରୋଧ କରିଛନ୍ତି ଗ୍ରାମବାସୀ । କାରଣ ସେହି ସ୍ଥାନରେ ସିମେଂଟ କାରଖାନା ହେବ ବୋଲି ଲୋକଙ୍କ ମନରେ ଧାରଣା ରହିଛି । ସିମେଂଟ କାରଖାନା ହେଲେ ଜଙ୍ଗଲ ଜମି ନଷ୍ଟ ହେବା ଆଶଙ୍କ କରୁଛନ୍ତି ଗ୍ରାମବାସୀ । ତେବେ କ୍ଷୁଦ୍ର, ଛୋଟ ଓ ମଧ୍ୟମ ଧରଣର ଶିଳ୍ପ ସଂସ୍ଥା ଲାଗି ଏକ ଶିଳ୍ପ ପାର୍କ ନିର୍ମାଣ ହେବା ନେଇ ଇଡକୋ ଓ ତହସିଲ କର୍ମଚାରୀଙ୍କ ବୁଝାସୁଛା ପରେ କିଛି ଗ୍ରାମବାସୀ ସହମତି ପ୍ରକାଶ କରିଥିବା ବେଳେ ଅନେକ ଏହାକୁ ବିରୋଧ କରୁଛନ୍ତି ।

Advertisment